ବାରିପଦା, ୦୯/୦୭: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଜୁନିଅର ଇଞ୍ଜିନିୟର ସୁଶିଲ କୁମାର ସିଂହଙ୍କୁ ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ ଟିମ୍।
୫ ଲକ୍ଷ ଟଙ୍କାର ବିଲ୍ ପାସ୍ ପାଇଁ ଠିକାଦାରଙ୍କଠାରୁ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ ଟିମ୍। ଅଧିକ ଛାନଭିନ ଜାରି ରହିଛି।