ଭୁବନେଶ୍ୱର, ୧୧/୦୭: ଆଉ ଜଣେ ଓଡ଼ିଶା କ୍ୟାଡର୍ IPS ନିଜ ପଦରୁ ଦେଲେ ଇସ୍ତଫା। ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ପରେ ୨୦୨୫ ବ୍ୟାଚର IPS ଚୌଧର ଅଭିଜିତ ରାମଦାସ ଚାକିରିରୁ ଇସ୍ତଫା ଦେଇଛନ୍ତି। ସରକାରଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।
ସେ ବର୍ତ୍ତମାନ ହାଇଦ୍ରାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ଟ୍ରେନିଂ ନେଉଥିଲେ। ମହାରାଷ୍ଟ୍ରର ରାମଦାସଙ୍କୁ ନିକଟରେ ଓଡ଼ିଶା କ୍ୟାଡର IPS ନିଯୁକ୍ତି ଦିଆଯାଇଥିଲା। ଏବେ ଟ୍ରେନିଂର ପ୍ରଥମ ପର୍ଯ୍ୟାୟରେ ଥିବାରୁ କେଉଁଠି ଦାୟିତ୍ୱ ନିର୍ବାହ କରିନାହାନ୍ତି। କିନ୍ତୁ ଚାକିରିରେ ଯୋଗ ଦେବା ପୂର୍ବରୁ ହିଁ ଇସ୍ତଫା ଦେଇଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସରକାରଙ୍କ ତରଫରୁ ତାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇନାହିଁ।