ପୂଜାରୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ନୂତନ କମିଟି ଗଠନ

୧୫ ଜଣିଆ ସଦସ୍ୟ ବିଶିଷ୍ଟ କମିଟିର ସଭାପତି ହେଲେ ସୁରେନ୍ଦ୍ର ହିକକା

କଲ୍ୟାଣ ସିଂହପୁର, ୨୨/୦୭ (ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସାଧାରଣ ପ୍ରକୋଷ୍ଟ ରେ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏସ ନାଗଭୂଷଣ ରାଓ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ବିଦ୍ୟାଳୟରେ ଅଧ୍ୟାୟନ କରୁଥିବା ଛାତ୍ର ଛାତ୍ରୀଙ୍କ ସମସ୍ତ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ଉକ୍ତ ବୈଠକରେ ନିରୀକ୍ଷକ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ତଥା କଲ୍ୟାଣ ସିଂହପୁର ଗୋଷ୍ଠି ଶିକ୍ଷାଧିକାରିଣୀ ଶାନ୍ତିଲତା ମୁନି, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ଅଭିଭାବକ ମାନଙ୍କ ମଧ୍ୟରୁ ୧୫ଜଣ ଙ୍କୁ ସଦସ୍ୟ ଭାବରେ ଉପସ୍ଥିତ ଥିବା ଅଭିଭାବକ ମାନେ ମନୋନୀତ କରିଥିଲେ। ସେହି ୧୫ଜଣ ସଦସ୍ୟ ମଧ୍ୟରୁ ସୁରେନ୍ଦ୍ର ହିକକାଙ୍କୁ ସଭାପତି ଓ ଲାଚିରେଡି ପଦ୍ମାଙ୍କୁ ଉପସଭାପତି ଭାବେ ଚୟନ କରାଯାଇଛି। ଅନ୍ୟ ୧୩ଜଣ ସଦସ୍ୟ ସଦସ୍ୟା ଭାବେ ରହିଛନ୍ତି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏସ ନାଗଭୂଷଣ ରାଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ପୂଜାରୀଗୁଡା ସି ଆର ସି ସି ଦିଲ୍ଲୀପ କୁମାର ପ୍ରଧାନ ନୂତନ କମିଟି କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟ କ୍ରମରେ ବ୍ଲକର ସମସ୍ତ ସି ଆର ସିସି, ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।