କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ନବୀନ

ଦିଲ୍ଲୀରୁ ଭୁବନେଶ୍ୱର ଫେରି ଦେଲେ ବଡ଼ ବୟାନ

ଭୁବନେଶ୍ୱର, ୨୨/୦୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗତ କିଛି ଦିନ‌ ଧରି‌ ଦିଲ୍ଲୀ ଗସ୍ତରେ ଥିବା ବେଳେ ଆଜି ଭୁବନେଶ୍ବର ଫେରିବା ପରେ ଗଣମାଧ୍ୟମରେ ରଖିଛନ୍ତି ଏପରି ପ୍ରତିକ୍ରିୟା।

ନବୀନ କହିଛନ୍ତି, ଗତକାଲି କହିସାରିଛି ଆନ୍ଦୋଳନ ସାରା ଦେଶରେ ଚାଲିଛି। ଆମେ ଓଡ଼ିଶାରେ ବି ଆନ୍ଦୋଳନ କରୁଛୁ- ନବୀନ। ଆଗକୁ ବି ବିଜେଡି ଓଡ଼ିଶାରେ ଆନ୍ଦୋଳନ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଭାରତ ବର୍ଷର ସମସ୍ତେ ଚାହୁଁଛନ୍ତି। କେବଳ ଦେଶ ନୁହେଁ ବିଦେଶରେ ବି ଆନ୍ଦୋଳନ ଦେଖିବାକୁ ମିଳିଛି। ଛାତ୍ରମାନଙ୍କ ଉପରେ ପୋଲିସର ହିଂସାକାଣ୍ଡକୁ ନେଇ ସମସ୍ତେ ଚକିତ। ସଂସଦର ବିରୋଧୀ ଦଳ ନେତା ଓ ଅନ୍ୟ ସିନିୟର ନେତାଙ୍କୁ ରଫ୍‌ ବ୍ୟବହାର ହୋଇଛି। ପୋଲିସ ଯେଉଁଭଳି ରଫ୍ ବ୍ୟବହାର କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ନବୀନ।

ସୂଚନାଯୋଗ୍ୟ, ଗତ କାଲି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ ନବୀନ ପଟ୍ଟନାୟକ। ଅନ୍ୟପଟେ ଜନ୍ତରମନ୍ତରରେ ଧାରଣା ବେଳେ ଆହତ ହୋଇଥିବା ଆନ୍ଦୋଳନକାରୀଙ୍କୁ ମେଡିକାଲ ଯାଇ ଭେଟିଥିଲେ ବିଜେଡିର ଏକ ପ୍ରତିନିଧି ଦଳ।