ପୁଣି ବଡ଼ ଏନକାଉଣ୍ଟର

ପୋଲିସ ଗୁଳିରେ ଆହତ ଦୁର୍ଦ୍ଦାନ୍ତ ଅପରାଧୀ

ଝାରସୁଗୁଡ଼ା, ୨୭/୦୭: ପୁଣି ଏନକାଉଣ୍ଟରରେ ଆହତ ଦୁର୍ଦ୍ଦାନ୍ତ ଅପରାଧୀ। ବ୍ରଜରାଜନଗର ଓପିଏମ୍‌ ଇବ୍‌ ନଦୀ ଘାଟରେ ଏକ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର କରିଛି ପୋଲିସ।

ପୋଲିସକୁ ଦେଖି ଗୁଳି ଚଳାଇବା ପରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷକୁ ଏନକାଉଣ୍ଟର କରାଯାଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଅଙ୍କିତକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ କରାଯାଇଛି।

ଅଙ୍କିତ ନାଁରେ ହତ୍ୟା, ଡକାୟତି ଭଳି ୭ଟି ମାମଲା ରହିଛି।ମହିଳାଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଘଟଣାରେ ଖୋଜୁଥିଲା ପୋଲିସ। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।