ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ
ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଉଦାହରଣ ସୃଷ୍ଟି କରନ୍ତୁ ନିତ୍ୟାନନ୍ଦ: ନବୀନ
ଭୁବନେଶ୍ୱର, ୨୭/୦୭: ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଏହାରି ମଧ୍ୟରେ ରାଜ୍ୟରେ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ନବୀନ କହିଛନ୍ତି, ରାଜ୍ୟରେ ପିଲାଙ୍କ ପାଠ୍ୟ ପୁସ୍ତକରେ ଅନେକ ତ୍ରୁଟି ଅଛି। ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ କିଛି ଶିଖିବ ଉଚିତ୍। ସେ ତାଙ୍କ ଭଳି ଉଦାହରଣ ସୃଷ୍ଟି କରିବା ଉଚିତ୍। ମନ୍ତ୍ରୀ ପଦରୁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ଉଚିତ୍। ଗତ ୨ରୁ ୩ ସପ୍ତାହ ହେବ ବିଜେଡି ମଧ୍ୟ ଏହି ଦାବି କରିଆସୁଛି।