ସୁଧାଂଶୁ ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ପ୍ରାୟ ୨୦ରୁ ଊର୍ଦ୍ଧ୍ବ ମାମଲା ଥିବାରୁ ଆଗୁଆ ଜାମିନ ଖାରଜ

ଭୁବନେଶ୍ୱର, ୦୬/୦୮: ଏକ ୱେବ ଟିଭି ଚ୍ୟାନେଲ ଫୋକସ ପ୍ଲସର ସମ୍ପାଦକ ସୁଧାଂଶୁ ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ପ୍ରାୟ ୨୦ରୁ ଊର୍ଦ୍ଧ୍ବ ମାମଲା ଥିବାରୁ ଆଗୁଆ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ।

ଗଣଶିକ୍ଷା ମନ୍ତ୍ରୀଙ୍କୁ ବଦନାମ ପାଇଁ ଷଡ଼ଯନ୍ତ୍ର କରିଥିବାରୁ ହୋଇଛି ମାମଲା। ବର୍ତ୍ତମାନ ସେ ଫେରାର ଥିବା ବେଳେ ଆଗୁଆ ଜାମିନ ଆବେଦନ କରିଥିଲେ। ପୋଲିସର ତଦନ୍ତ ଜାରି ରହିଥିବାରୁ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନର ଆଶଙ୍କା ଥିବାରୁ ତାଙ୍କ ଆବେଦନ ଖାରଜ କରାଯାଇଛି‌।

ସୂଚନାଯୋଗ୍ୟ, ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ଭ୍ରମାତ୍ମକ ଖବର ପ୍ରସାରଣ କରିବା ସହ ଖବରକୁ ଚାପିବା ପାଇଁ ମନ୍ତ୍ରୀ ୫ ଲକ୍ଷ ଟଙ୍କା ଯାଚିଥିବା ଭଳି ମିଥ୍ୟା ଖବର‌ ପ୍ରଚାର କରିଥିଲେ।