ଗଞ୍ଜାମ, ୦୬/୦୮: ପାରଳାଖେମୁଣ୍ଡି ପଟ୍ଟନାୟକ ଟ୍ୟାଙ୍କ ପୁନରୁଦ୍ଧାର ହେରଫେର୍ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ୫୫ ଲକ୍ଷ ୬୯ ହଜାର ଠକେଇ ମାମଲାରେ ୨ ସରକାରୀ ଯନ୍ତ୍ରୀ ଓ ଜଣେ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ।
ଗିରଫ ଯନ୍ତ୍ରୀ ହେଉଛନ୍ତି ପୂର୍ବତନ JE ଡି. ଯୁଧିଷ୍ଠିର, ମ୍ୟୁନିସିପାଲ୍ ଇଞ୍ଜିନିୟର ସଞ୍ଜୀବ ଚମ୍ପତ୍ତି। ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ମଧ୍ୟ ବାନ୍ଧିଲା ଭିଜିଲାନ୍ସ।
ପାରଳାଖେମୁଣ୍ଡିରେ ଟ୍ୟାଙ୍କ ପୁନରୁଦ୍ଧାର ଓ ନବୀକରଣ ପ୍ରକଳ୍ପରେ ଅନିୟମିତତା ସହ ଦୁର୍ନୀତି ଏବଂ ସାର୍ବଜନୀନ ପାଣ୍ଠି ଅପବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।