କଟକ, ୧୧/୦୮: କଟକ ଜିଲ୍ଲାର ବାଙ୍କୀ ପ୍ୟାକ୍ସ ଆନନ୍ଦପୁର ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଶରତ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ। ୨୧ ଲକ୍ଷ ୨୮ ହଜାର ୫୮ ଟଙ୍କାର ସୋସାଇଟି ଟଙ୍କା ଠକେଇ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଋଣ ପରିଶୋଧ ଟଙ୍କା ଆକାଉଣ୍ଟରେ ଜମା ନ କରି ଚଳୁ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।
Next Post