ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଛୁଟି

ସ୍କୁଲ ଯିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ

ମୟୂରଭଞ୍ଜ, ୧୨/୦୮: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସ୍କୁଲ ଯିବାକୁ ପରାମର୍ଶ ଦିଆଯାଇଛି।