ଓଡ଼ିଶାରେ ପୁଣି ଥରେ ବ୍ୟାପିଲା ଲମ୍ପି ସ୍କିନ୍ ଡିଜିଜ୍‌

ଭୁବନେଶ୍ୱର: ୨୦୧୯ ମେ ମାସରେ ଓଡିଶା ଉପକୂଳରେ ପ୍ରଳୟ ସୃଷ୍ଟି କରିଥିବା ବାତ୍ୟା ‘ଫନି’ ପରେ ଗୋରୁଗାଈ, ଛେଳି ଓ ମଇଁଷିମାନଙ୍କ ଶରୀରରେ ଦେଖାଦେଇଥିବା ମାରାତ୍ମକ ଚର୍ମ ରୋଗ ଲମ୍ପି ସ୍କିନ୍ ଡିଜିଜ୍ (ଏଲ୍‌ଏସ୍‌ଡି) ପୁଣି ଥରେ ଦେଖାଦେଇଛି ବୋଲି ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡରୀ ପକ୍ଷରୁ  କୁହାଯାଇଛି ।

ଏହି ରୋଗଟି ସଂକ୍ରାମକ ଏବଂ ଟିଙ୍କ ଭଳି ରକ୍ତ ଶୋଷୁଥିବା କୀଟ ଓ ଏଡିସ୍ ମଶା ଦ୍ୱାରା ବ୍ୟାପି ଥାଏ ଏବଂ ପଶୁ ପାଳନ କରୁଥିବା କୃଷକ ମାନଙ୍କର ଏହା ଦ୍ୱାରା ଖୁବ୍ କ୍ଷତି ଘଟିଥାଏ । କାରଣ ଏହା ଦ୍ୱାରା ପଶୁମାନଙ୍କର ମୃତ୍ୟୁ ହେବା ସହିତ ଚିକିତ୍ସା ଖର୍ଚ୍ଚ ଓ ଦୁଗ୍ଧ ଉତ୍ପାଦାନ ୨୦ ପ୍ରତିଶତ ହ୍ରାସ ହେବା ଦ୍ୱାରା ପ୍ରଭୃତ କ୍ଷତି ଘଟିଥାଏ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡରୀର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି ।