ସୁଭଦ୍ରା ଯୋଜନା: ଏକାସଙ୍ଗେ ମିଳିବ ୨୫ ହଜାର ଟଙ୍କା

ରକ୍ଷାବନ୍ଧନରେ ମିଳିବ ‘ସୁଭଦ୍ରା’ ଟଙ୍କା: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର, ୧୭/୦୮: ଅଗଷ୍ଟ ୨୮ ରକ୍ଷା ବନ୍ଧନ ଦିନ ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୟାଗଡ଼ରେ ସୁଭଦ୍ରାର ରାଜ୍ୟସ୍ତରୀୟ ସମାରୋହରେ ଟଙ୍କା ପ୍ରଦାନ କରାଯିବ।

୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା। ଅଗଷ୍ଟ ୨୮ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକା ସଙ୍ଗେ ୫ଟି କିସ୍ତିର ୨୫ ହଜାର ଟଙ୍କା ମିଳିବ।