ଧାମନଗର, ୦୭।୧୦: ଧାମନଗର ଅଞ୍ଚଳ ରେ ଥିବା ମେଡିସିନ ଦୋକାନ ଗୁଡ଼ିକ ଉପରେ ବୁଧବାର ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ ଓ ଯାଞ୍ଚ କରାଯାଇଛି। ଡ୍ରଗ୍ସ ଇନ୍ସପେକ୍ଟର ଦୀପକ ଜେନାଙ୍କ ନେତୃତ୍ୱରେ ସହଯୋଗୀ ବୀରେନ୍ଦ୍ର ରାଉତଙ୍କ ସହ ବିଭାଗୀୟ ଅଧିକାରୀମାନେ ଧାମନଗର ବଜାର ରେ ଥିବା ବିଭିନ୍ନ ଔଷଧ ଦୋକାନ ଯାଞ୍ଚ କରିଥିଲେ। ପ୍ରକାଶ ଥାଉକି
ଧାମନଗର ବଜାରରେ ପ୍ରାୟ ୩୨ ଟି ମେଡିସିନ ଦୋକାନ ରହିଛି। ତେବେ ଚଢ଼ାଉ ସମୟରେ ମାତ୍ର ୩ ଟି ଦୋକାନ ଖୋଲା ଥିବା ଦେଖାଯାଇଥିଲା। ଏହି ୩ ଟି ଦୋକାନରେ ଯାଞ୍ଚ କରାଯିବା ସହ ବିଭିନ୍ନ ଔଷଧର ସାମ୍ପୁଲ ସଂଗ୍ରହ କରାଯାଇଛି। ସାମ୍ପୁଲ ଗୁଡ଼ିକର ପରୀକ୍ଷା ରିପୋର୍ଟ ଆସିବା ପରେ ଔଷଧର ମାନ ଓ ଗୁଣବତ୍ତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ।ତେବେ ଡ୍ରଗ୍ସ ବିଭାଗର ଚଢ଼ାଉ ସମୟରେ ବଜାରର ଅଧିକାଂଶ ମେଡିସିନ ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ବିଭାଗୀୟ ଯାଞ୍ଚ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଦୋକାନଗୁଡ଼ିକ ବନ୍ଦ କରି ଫେରାଇ ହୋଇଯାଇଥିଲେ। ଡ୍ରଗ୍ସ ଇନ୍ସପେକ୍ଟର ଦୀପକ ଜେନାଙ୍କ ସୂଚନା ଅନୁଯାୟୀ, ନିଷିଦ୍ଧ କିମ୍ବା ବିକ୍ରି ଉପରେ ପ୍ରତିବନ୍ଧ ଥିବା ଔଷଧ, ନିମ୍ନମାନର ଔଷଧ, ନକଲି ଔଷଧ କିମ୍ବା ମିଆଦ ଶେଷ ହୋଇଥିବା ଔଷଧ ବିକ୍ରି ଭଳି ଔଷଧ ରଖିଥିବେ। ଏଣୁ ଚଡ଼ାଉରେ ଧରାପଡ଼ିବା ଭୟରେ କେତେକ ଦୋକାନ ବନ୍ଦ ରଖିଥିବା ସନ୍ଦେହ ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ସମୟ ସମୟରେ ଔଷଧ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଉଛି।
ସଂଗ୍ରହ କରାଯାଇଥିବା ଔଷଧ ସାମ୍ପୁଲର ପରୀକ୍ଷା ରିପୋର୍ଟ ଆସିବା ପରେ ଯଦି କୌଣସି ଅନିୟମିତତା ମିଳେ, ତେବେ ସମ୍ପୃକ୍ତ ଦୋକାନ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇନ୍ସପେକ୍ଟର ଶ୍ରୀ ଜେନା କହିଛନ୍ତି। ବିଶେଷକରି, ପ୍ରାୟ ୩୨ଟି ମେଡିସିନ ଦୋକାନ ମଧ୍ୟରୁ ଚଢ଼ାଉ ସମୟରେ ମାତ୍ର ୩ଟି ଦୋକାନ ଖୋଲା ସେମାନେ ନିର୍ଭୟ ରେ ଥିଲେ ତେବେ ଅନ୍ୟ ଜେଉ ଦୋକାନ ଗୁଡ଼ିକ ବନ୍ଦ ଥିଲା ନିଶ୍ଚିତ ଭାବରେ ସେମାନେ କିଛି ନିୟମ କାନୁନ୍ ବାହାରେ ବେପାର କରୁଥିବେ ସେଥିପାଇଁ ସେମାନେ ଦୋକାନ ବନ୍ଦ କରି ଫେରାର ଥାଇ ପାରନ୍ତି। ଥିବାରୁ ଆଗାମୀ ଦିନରେ ଅନ୍ୟ ଦୋକାନଗୁଡ଼ିକରେ ମଧ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି।