କଲ୍ୟାଣସିଂହପୁର, ୦୭/୧୦ (ନିପ୍ର) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ବଡ଼ନାୟକଗୁଡ଼ା ଗ୍ରାମର ଦୁଇ ନାବାଳିକା ନିଲୁ କାଡ୍ରାକା (୧୨) କାମି ତିଆକା (୧୨) ଶାନ୍ତିନଗର ପୋଖରୀ ରେ ବୁଡ଼ି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସବୁଦିନ ପରୀ ସୀର ତିଆକାଙ୍କ ଝିଅ କାମି ତିଆକା ଓ ମୃତ ମିଶ୍ର କାଡ୍ରାକାଙ୍କ ଝିଅ ନିଲୁ କାଡ୍ରାକା ମିଶି ବଡ଼ନାୟକଗୁଡା ଗ୍ରାମ ଠାରୁ ପ୍ରାୟ ଏକ କିମି ଦୁରରେ ଥିବା ଶାନ୍ତିନଗର ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହାକୁ କିଛି ଲୋକ ଦେଖି ଗ୍ରାମକୁ ସୂଚନା ଦେଇଥିଲେ। ଉକ୍ତ ଖବର ପାଇଁ ବଡ଼ନାୟକଗୁଡ଼ା ଗ୍ରାମବାସୀ ଓ ପରିବାର ଲୋକେ ପୋଖରୀ ନିକଟରେ ପହଞ୍ଚି ଦୁଇ ନାବାଳିକାକୁ ଉଦ୍ଧାର କରି ଗ୍ରାମ ନିକଟସ୍ଥ ତେନ୍ତୁଳି ଗଛ ନିକଟରେ ରଖିଥିଲେ। ଦୁଇ ନାବାଳିକା ବଡନାୟକଗୁଡା ବିଦ୍ୟାଳୟ ରେ ୭ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଗ୍ରାମର ସୂଚନା ରହିଛି। ପୁଲିସ ଏସ ଆଇ ହେମନ୍ତ କୁମାର ବରିଆ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Next Post