ଭୁବନେଶ୍ଵର, ୧୭/୦୮: ଏବେ ମଧ୍ୟ ଦେଶର ଅନେକାଂଶରେ ଲୋକମାନେ ସ୍ୱାଧନତାର ପ୍ରକୃତ ସ୍ଵାଦରୁ ବହୁ ଦୁରରେ ଅଛନ୍ତି, ସେହିପରି ପରିବେଶ ସୁରକ୍ଷା ନେଇ ସଚେତନ ନାହାଁନ୍ତି ଅନେକ ଲୋକ, ତେଣୁ ବିଭିନ୍ନ ପ୍ରକାର ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି I ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସମସ୍ତେ ସରକାରଙ୍କ ଉପରେ ନିର୍ଭରଶୀଳ, ପ୍ରତି କଥାରେ ସରକାରଙ୍କୁ ଦାୟୀ କରି ସମସ୍ତେ ଚୁପ୍ ରହିଯାଉଛନ୍ତି । କିନ୍ତୁ ବାସ୍ତବରେ ଲୋକମାନେ ଭୁଲି ଯାଉଛନ୍ତି ଯେ, ଆମ୍ଭମାନଙ୍କ କର୍ଭବ୍ୟ ଓ ଦାୟୀତ୍ମବୋଧ ହିଁ ଏକ ବିକାଶଶୀଳ ରାଷ୍ଟ୍ର ଗଠନର ମୂଳଦୁଆ | ବର୍ତ୍ତମାନ ଜେନ୍-ଜି ଶିକ୍ଷାରେ ବ୍ୟାପକ ସଂସ୍କାର ପାଇଁ ଅଣ୍ଟା ଭିଡିଛନ୍ତି, କିନ୍ତୁ ଦେଶର ଅନେକ ସମସ୍ୟା ରହିଛି ଯାହାର ସମାଧାନ ବର୍ତ୍ତମାନର ଯୁବପିଢୀ ଚାହିଁଲେ ହିଁ ତ ହୋଇପାରିବ I ଖୁବ୍ କମ୍ ବୟସରେ ପରିବେଶ ସନ୍ତୁଳନ ସହ ଗଛ ବଞ୍ଚିଲେ ଆମେ ବଞ୍ଚିବା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ସାଜିଥିବା ମୋକ୍ଷା ଏକ ଦୈନିକ ଖବର କାଗଜର ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ମତ ରଖୁଛନ୍ତି I ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅକ୍ଷକ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କୁ ନିଜ ଆଦର୍ଶ ମାନୁଥିବା ମୋକ୍ଷା କହନ୍ତି, ଜୀବନରେ କେବେ ବି ନ ହାରିବାକୁ ଶପଥ ନେବା ହିଁ ବିଜୟ ସୁନିଶ୍ଚିତ ହେବ। ନିକଟରେ ପ୍ରୀତି ମୋକ୍ଷା ପାଣିଗ୍ରାହୀ ପ୍ରସିଦ୍ଧ “ପ୍ରାଇଡ୍ ଅଫ୍ ଇଣ୍ଡିଆ ୨୦୨୬” ସମ୍ମାନରେ ସମ୍ମାନୀତ ହୋଇଥିଲେ, ବର୍ତ୍ତମାନ ସେ ‘ଅର୍ଥ ଆଗେନ୍ ମୁଭମେଣ୍ଟ’ ‘ଦି ଚାଇଲ୍ଡ ମୁଭମେଣ୍ଟ’ ଏବଂ ‘ସିଟିବିଟିଓ ୟୁଥ୍ ଗ୍ରୁପ୍’ ର ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରି ସାରା ଦେଶରେ ପରିବେଶ ସଚେତନତା ସୃଷ୍ଟି କରୁଛନ୍ତି I ମୋକ୍ଷା ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ଏବଂ ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ୍ର ନିର୍ଦ୍ଦେଶିକା ଏବଂ ଟ୍ରଷ୍ଟି ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀଙ୍କ ଜ୍ୟେଷ୍ଠା କନ୍ୟା I