ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ

ଭୁବନେଶ୍ବର, ୧୭/୦୮: ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର। ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର ସତ୍ୟଜିତ ବେହେରା। ଆସିଷ୍ଟାଣ୍ଟ ସର୍ଜନ ସତ୍ୟଜିତ ବେହେରା ଜଣେ ଏନଜିଓ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଦରମା ବିଲ୍ ପାଇଁ ୱାର୍କ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ନେଉଥିଲେ ଲାଞ୍ଚ।

ଲାଞ୍ଚ ନେଇ ଧରା ପଡ଼ିବା ପରେ ଡାକ୍ତରଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି।