୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ

ନିଯୁକ୍ତି ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ

ନୂଆଦିଲ୍ଲୀ, ୧୮/୦୮: ୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରାଯାଇଛି।ନିଯୁକ୍ତି ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି ଦେଇଛନ୍ତି ନିତିନ।

ୟୁପିରେ ପ୍ରଭାରୀ ଭାବେ ବିନୋଦ ତାୱଡ଼େ, ସହପ୍ରଭାରୀ ଭାବେ ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପଞ୍ଜାବରେ ପ୍ରଭାରୀ ଭାବେ ସତୀଶ ପୁନିଆଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଗୁଜରାଟରେ ପ୍ରଭାରୀ ଭାବେ ତରୁଣ ଚୁଗଙ୍କୁ ଦାୟିତ୍ୱ ମିଳିଛି।