ଭୁବନେଶ୍ୱର, ୦୭/୧୦: ଆସନ୍ତାକାଲି ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଗତ କିଛି ସମୟ ପୂର୍ବରୁ ଏହାକୁ ସମର୍ଥନ ଦେବାକୁ ଘୋଷଣା କରିଥିବା ବିଜେଡ଼ି ପୁଣି ନିଜର ଆଭିମୁଖ୍ୟ ବଦଳାଇଛି। ଅଧ ଘଣ୍ଟା ପରେ ମତ ବଦଳାଇ କାଲିର ଓଡ଼ିଶା ବନ୍ଦ ପାଳନ ସମର୍ଥନକୁ ନା କରିଛି ବିଜେଡି।
ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଆମେ କାଲି ବନ୍ଦକୁ ସମର୍ଥନ କରିବୁ ନାହିଁ। ଆମେ କେବଳ ଏସଆଇଆର ଓ ଜ୍ଞାନେଶ୍ କୁମାରଙ୍କ ପ୍ରସଙ୍ଗରେ ସମର୍ଥନ କରିଛୁ। କିନ୍ତୁ ବିଜେଡ଼ି କୌଣସି ମେଣ୍ଟରେ ନାହିଁ। ଆମେ ସମଦୂରତା ନୀତି ପାଳନ କରୁଛୁ ବୋଲି କହିଛନ୍ତି ପ୍ରମିଳା।