IAS ସ୍ତରରେ ଅଦଳବଦଳ

ମହେଶ୍ୱର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ

ଭୁବନେଶ୍ୱର, ୦୭/୧୦: ରାଜ୍ୟରେ IAS ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ।ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ହେଲେ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ହେଲେ GA & PG ଅତିରିକ୍ତ ସଚିବ ଏବଂ କସ୍ତୁରୀ ଶାହ ହୋଇଛନ୍ତି GA & PG ଅନୁ ସଚିବ।

ନବରଙ୍ଗପୁର ଜିଲ୍ଲାପାଳ ଭାବେ ଅନ୍ୟା ଦାସଙ୍କୁ ନିଯୁକ୍ତି ମିଳିଛି। ମଧୁମିତାଙ୍କୁ ମିଳିଛି ନୂଆପଡ଼ା ଜିଲ୍ଲାପାଳ ଦାୟିତ୍ୱ। ସେହିପରି ପ୍ରଦୀପ ନାୟକ ହୋଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଅତିରିକ୍ତ ସଚିବ। ଆଶନି ଏ.ଏଲଙ୍କୁ ଭବାନୀପାଟଣାର ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଛି।