ଭୁବନେଶ୍ୱର, ୦୭/୧୦: ଆସନ୍ତା କାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡି ମେଣ୍ଟ। ଏହି ଓଡ଼ିଶା ବନ୍ଦ ପାଳନକୁ ସମର୍ଥନ କରିବାକୁ ଘୋଷଣା କରିଛି ବିଜେଡ଼ି। ଏ ନେଇ ସୂଚନା ଦେଇଛନ୍ତି ଳ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ପ୍ରମିଳା ମଲ୍ଲିକ କହିଛନ୍ତି, ଆସନ୍ତାକାଲି ଯେଉଁ ବନ୍ଦ ହେବ ବିଜେଡ଼ି ସମର୍ଥନ କରିବୁ। ନିଶ୍ଚିତ ଭାବେ ସମର୍ଥନ କରିବ। ଇଣ୍ଡି ମେଣ୍ଟରେ ଯେହେତୁ ଅଛୁ ସମର୍ଥନ କରିବୁ ବୋଲି ବି କହିଛନ୍ତି।