ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଡ୍ରାଇଭର-ପୋଲିସ ଧସ୍ତାଧସ୍ତି, ପଥର ମାଡ଼ରେ ଆମ ବସ୍ ଭାଙ୍ଗିଲା

ଭୁବନେଶ୍ୱର, ୧୯/୦୮: ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଲୋୟର ପିଏମଜି। ବିଭିନ୍ନ ଦାବି ନେଇ ଅନଲାଇନ୍ ଗାଡ଼ି ଚାଳକ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ତୃତୀୟ ଦିନରେ ତୀବ୍ର ହୋଇଛି ଆନ୍ଦୋଳନ। ଅନଲାଇନ୍ ଗାଡ଼ି ଚାଳକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି।

ଲୋୟର ପିଏମ୍‌ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ମୁହାଁମୁହିଁ ହୋଇଛନ୍ତି। ଖଣ୍ଡଯୁଦ୍ଧ ପରିସ୍ଥିତି ଉପୁଜିଛି। ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିବା ବେଳେ ଏକ ‘ଆମ ବସ୍‌’କୁ ପଥର ମାଡ଼ କରି ଭାଙ୍ଗି ଚୁରମାର କରିଦେଇଛନ୍ତି ଡ୍ରାଇଭର।

ଗାଡ଼ିକୁ ଅଟକାଇ ଦେଇଥିବାରୁ ରେଲୱେ ଷ୍ଟେସନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ୍‌ ରହିଛି। ଫଳରେ ଷ୍ଟେସନ୍‌ ଓ ଏୟାରପୋର୍ଟରୁ ଫେରୁଥିବା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଯେଉଁମାନେ ଗାଡ଼ି ଭଙ୍ଗାରୁଜା କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୀ ଅଟକ ରଖିଛି ପୋଲିସ।