କୁମ୍ଭାରଗୁଡା ଛକ ଠାରୁ ଥେରୁବାଲି ରାସ୍ତା ପାଲଟିଛି ମରଣଯନ୍ତା

ବିଭାଗୀୟ ଅଧିକାରୀଙ୍କ ପ୍ରୀୟାପ୍ରୀତି ତୋଷଣ ଓ ଠିକାଦାର ପୋଷା ନୀତି ଯୋଗୁଁ ସମସ୍ୟା ଭୋଗୁଛନ୍ତି ଲୋକେ

କଲ୍ୟାଣସିଂହପୁର, ୧୮/୮(ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର କୁମ୍ଭାର ଗୁଡା ଛକ ଠାରୁ ମାଝିଗୁଡା, ଜଗନ୍ନାଥପୁର, ଆଲଜିନିଗୁଡା, ବାମନ ଗୁଡା ଦେଇ କୁଶବେଟି, ପୋଲମା, ଅଡୁଗୁଡା, ପୋଙ୍ଗଲୀ ରାସ୍ତା ମରଣଜନ୍ତା ପାଲଟି ଦେଖିବାକୁ ମିଳିଛି। ରାସ୍ତା ମଝିରେ ବଡ ବଡ ଖାଲ ଖମା ହେବା ସହିତ ବର୍ଷା ପାଣି ଜମି ପ୍ରାକୃତିକ ପୋଖରୀ ସୃଷ୍ଟି ହୋଇଥିବାରୁ ଯାତାୟତ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛି। ଉକ୍ତ ରାସ୍ତା ଦେଇ କୁମ୍ଭାର ଗୁଡା ଛକ ଠାରୁ ମାଝୀଗୁଡା, ଜଗନ୍ନାଥପୁର ଦେଇ କୁସୁବେଟି ଛକ ଥେରୁବାଲି ଦେଇ ରାୟଗଡ଼ା ଦେଇ ଛୋଟ ବଡ଼ ଯାନବାହନ ସହ ଯାତ୍ରୀବାହି ବସ ଚଳାଚଳ କରୁଛି । ରାସ୍ତା ଟି ଅଙ୍କାବଙ୍କା କୁ ମଝିରେ ଖାଲ ଖମା ହୋଇଥିବାରୁ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଯାତ୍ରୀବାହି ବସ ଯିବା କୁ ବି ଯାତ୍ରୀ ଭୟ କରୁଛନ୍ତି। କାରଣ ବସ ଟି ଉକ୍ତ ରାସ୍ତା କୁମ୍ଭାରଗୁଡା ଛକ ଠାରୁ ପଲମା ଦେଇ ଥେରୁବାଲି କୁ ସଂଯୋଗ ହୋଇଥିବା ରାସ୍ତାକୁ ଶୀଘ୍ର ମରାମତି କରିବା ପାଇଁ ମାଝୀଗୁଡା ସୁନାଖଣ୍ଡି, ପୋଲମା, କନ୍ଧକାତିପାଡୁ ପଞ୍ଚାୟତ ବାସୀ ଙ୍କ ଦାବୀ କରିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଚାଲିଥିବା ବେଳେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ପ୍ରୀୟାପ୍ରୀତି ତୋଷଣ ଓ ଠିକାଦାର ପୋଷା ନୀତି ଯୋଗୁଁ ସରକାରଙ୍କ ପ୍ରକୃତ ଲକ୍ଷ ସାଧିତ ହୋଇ ପାରୁନି।ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରୁଛନ୍ତି ରାଜ୍ୟ ସରକାର । ହେଲେ ଅନୁଦାନ ଅର୍ଥ ଉପଯୁକ୍ତ ଭାବେ ବିନିଯୋଗ ହେଉନଥିବାରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସାକାର ହେଉନଥିବା ଅଭିଯୋଗ ହୋଇଛି।ରାୟଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିମ୍ନ ମାନର ରାସ୍ତା ମରାମତି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟ ସ୍ଥଳରେ ଅଧିକାରୀଙ୍କ ଅନୁପସ୍ଥିତି ଠିକାଦାରଙ୍କୁ ଖୋରାକ ଯୋଗାଉଥିବା ଅଭିଯୋଗ ହେଉଛି। ଅଟକଳ ଅନୁଯାୟୀ ମରାମତି କାର୍ଯ୍ୟ ହେଉନଥିବାରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।