କଲ୍ୟାଣସିଂହପୁର, ୨୦/୦୮(ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତର ଘାଗୁଡିମାଳ ଗ୍ରାମର ରାସ୍ତା ଅତି ଶୋଚନୀୟ ହୋଇଯାଇଛି। ବର୍ତ୍ତମାନ ସାମାନ୍ୟ ଲଘୁଚାପ ଜନିତ ବର୍ଷା ହେବାରୁ ଆରଡ଼ି ରାସ୍ତା ଠାରୁ ପ୍ରାୟ ଏକ କିମି ରାସ୍ତା କାଦୁଅ ରେ ପରିପୂର୍ଣ୍ଣ ହୋଇଯାଛି । ଉକ୍ତ ଗ୍ରାମକୁ ଚାଲିକି ଯିବା ପାଇ ହେଲେ ଗ୍ରାମର ମହିଳା ପୁରୁଷ ମାନେ ହାତରେ ଚପଲ, ମୁଣ୍ଡରେ ବିକ୍ରି ସାମଗ୍ରୀ ଧରି କାଦୁଅ ରାସ୍ତାରେ ଗୋଡ଼ ଚାପି ଚାପି ସାବଧାନରେ ଚାଲୁଥିବା ଦେଖିବାକୁ ମିଳିଛି। ଚାଲିବା ବେଳେ ଅସାବଧାନ ହେଲେ ଉକ୍ତ କାଦୁଅ ରାସ୍ତାରେ କଚାଡି ପଡୁଥିବା ଗ୍ରାମବାସୀ କହିଛନ୍ତି। ବାଇକ ରେ ଗଲେ ବି ଗାଡି ସ୍ଲିପହୋଇ କଚାଡି ପଡୁଛନ୍ତି। କଲ୍ୟାଣ ସିଂହପୁର ବ୍ଲକ ଠାରୁପ୍ରାୟ ଦୁଇ କିମି ଦୂରରେ ଘାଗୁଡିମାଳ ରହିଛି। ଏହି ରାସ୍ତା ନିର୍ମାଣ କରିବା ପାଇ ଗ୍ରାମବାସୀ ବହୁ ଗୁହାରି କରି ଆସୁଥିଲେ ସୁଧା ଗ୍ରାମକୁ ଭଲ ରାସ୍ତା ହୋଇପାରୁନି। ଅଭିଯୋଗ ପରେ ଉକ୍ତ ରାସ୍ତାରେ ମାଟି ପକାଇ ଦେଇ ଲକ୍ଷାଧିକ ଟଙ୍କା ହଡପ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ପ୍ରକାଶ ଥାଉକି ୨୦୨୫ମସିହା ଅଗଷ୍ଟ ମାସ ୨୩ତାରିଖରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପାର୍ଷାଲିପଞ୍ଚାୟତ ର ନିୟମଗିରି ପାହାଡ ଆଦିମଜାନଜାତି ଡ଼ଙ୍ଗରିଆ କନ୍ଧ ଗ୍ରାମକୁ ଜୀବା ରାସ୍ତାରେ କଲ୍ୟାଣସିଂହପୁର ସଦର ଘାଗୁଡିମାଳ ୧୫ନମ୍ବର ୱାର୍ଡ ର ଲୋକମାନେ ରାସ୍ତାରେ ଗଛ ପକାଇ ଅବରୋଧ କରିଥିଲେ। ସଦର ବ୍ଲକଠାରୁ ପ୍ରାୟ ଦୁଇ କିମି ଦୂର ଘାଗୁଡ଼ିମାଳ ଗ୍ରାମ। ସ୍ୱାଧୀନତାର ୭୯ବର୍ଷ ହୋଇଥିଲେ ସୁଦ୍ଧା ଘାଗୁଡ଼ିମାଳା ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ । ଗ୍ରାମରେ ସାମାନ୍ୟ ବର୍ଷା ହେଲେ କାଦୁଅ ରାସ୍ତାରେ ଆରୋଗୀବୁହା ଗାଡ଼ି ଯାଇପାରୁନାହିଁ। ରୋଗୀ, ଗର୍ଭବତୀ, ପ୍ରସୂତି, ଶିଶୁ ମାନଙ୍କୁ ସାଇକଲ, ଖଟିଆ, ଭାର, କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ଖବର ବାରମ୍ବାର ପ୍ରଚାରପ୍ରସାର କରିବା ପରେ ମଧ୍ୟ ଗ୍ରାମରେ ମାଟି ପକାଇ କାମ ସାରିଦେଇଥିଲେ। ଭଲ ରାସ୍ତା ପାଇଁ ସେମାନେ ପଞ୍ଚାୟତ ଠାରୁ ନେତା ମନ୍ତ୍ରି, ବହୁ ଜିଲ୍ଲାପାଳ ଙ୍କୁ ଗୁହାରି କରି ଆସୁଥିଲେ । ସେମାନଙ୍କୁ ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଇ ଦେଉଥିଲେ ।ରାସ୍ତା ପାଇଁ ଭୋଟ ବର୍ଜନ କରିଥିଲେ କିନ୍ତୁ ନେତା ମନ୍ତ୍ରୀ ମାନେ ଯାଇ ରାସ୍ତା କାର୍ଯ୍ୟ କରିଦେବୁ କହି ଭୋଟ ହାତେଇ ଚୁପଚାପ ରହି ଯାଉଛନ୍ତି। ଏମିତି ବହୁ ନିର୍ବାଚନ ଚାଲିଗଲାଣି ବୋଲି ଗ୍ରାମବାସୀ କହିଛନ୍ତି। ତତ୍କାଳୀନ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ। ଏହାକୁ ନେଇ ଆର ଡି ବିଭାଗର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ଜିଲ୍ଲାପାଳ ପଚାରି ବୁଝିଥିଲେ। ଅଭିଯୋଗ ଶୁଣାନୀରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ
। କିନ୍ତୁ ଆଜିପର୍ଯ୍ୟନ୍ତ ରାସ୍ତା ରେ ବାଲି, ଗୋଡି ପକାଯାଇନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଗାଡ଼ିରୁ ଜିଲ୍ଲାପାଳ ଓହ୍ଲାଇ ନଥିବା ବେଳେ ବିଡ଼ିଓ ମନୀଷା ଦାସ ଗ୍ରାମ ପର୍ଯ୍ୟନ୍ତ ଗ୍ରାମବାସୀ ସହିତ ଯାଇ ସମସ୍ୟା ଦେଖିବା ପରେ ବ୍ଲକପକ୍ଷରୁ ଫାଇଲ ଖୋଲାଯାଇଛି। ଗ୍ରାମରେ ସମସ୍ତ ଜବକାର୍ଡ ଆଣି ମତେ ଦିଅଏବଂ ଗ୍ରାମବାସୀ ମିଳିତରେ ମାଟି କାମ କର ବୋଲି କହିବା ସହ ଆରଡ଼ି ବିଭାଗ ପକ୍ଷରୁ ରାସ୍ତା କାମ କରାଯିବ। କାର୍ଯ୍ୟ ପାଇଁ ପ୍ରସେସ ସରିଛି। ବର୍ତ୍ତମାନ ଟେଣ୍ଡର ଡକାଯିବା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇ ଥିଲେ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଘାଗୁଡିମାଳ ଗ୍ରାମକୁ ହୋଇପାରୁନାହିଁ । ଏହାକୁ ଗୁରୁତ୍ତ୍ୱ ଭାବେ ନେଇ ରାସ୍ତା ନିର୍ମାଣ କରିବାକୁ ଦାବୀ ହେଉଛି।