IPS ସ୍ତରରେ ଅଦଳ ବଦଳ

ସତ୍ୟବ୍ରତ ଭୋଇ ଗୁଇନ୍ଦା ବିଭାଗ IG

ଭୁବନେଶ୍ୱର, ୨୧/୦୮: ବରିଷ୍ଠ IPS ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା ବିଭାଗ ଆଇଜି। ହିମାଂଶୁ ଲାଲ IG ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌, ଜୟନାରାୟଣ ପଙ୍କଜ ଆଇଜି ଦକ୍ଷିଣାଞ୍ଚଳ, ନୀତି ଶେଖର ଆଇଜି ପ୍ରୋଭିଜନିଂ, ଆଶିଷ କୁମାର ସିଂ ତାଳଚେର ରେଞ୍ଜ୍‌ ଡିଆଇଜି ଓ ପିଟିସି ଅନୁଗୁଳ ପ୍ରିନ୍ସପାଲ ଭାବେ ବଦଳି କରାଯାଇଛି। ସେହିପରି ଉତ୍ତରାଞ୍ଚଳ DIG ହେଲେ ଚରଣ ସିଂ ମୀନା।