ବୌଦ୍ଧ, ୨୫/୦୮: କାର୍ଯ୍ୟରେ ଅବହେଳା ଯୋଗୁଁ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନ କରିବାରୁ ବୌଦ୍ଧ ଥାନାର ଏସ୍ଆଇ ଚନ୍ଦନ ଜେନା ନିଲମ୍ବିତ ହୋଇଛନ୍ତି। ସେହିପରି ମନମୁଣ୍ଡା ଥାନାର କନଷ୍ଟେବଲ୍ ଯଶୋବନ୍ତ ମାଝୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ପେଟ୍ରୋଲିଂ କାର୍ଯ୍ୟରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।
Prev Post