ରାଜଧାନୀ ମହାବିଦ୍ୟାଳୟରେ ଉତ୍ସାହର ସହ ପାଳିତ ହେଲା ପବିତ୍ର ରକ୍ଷା ବନ୍ଧନ ଉତ୍ସବ

ରକ୍ଷା ବନ୍ଧନ ଭାଇ-ଭଉଣୀଙ୍କ ସ୍ନେହ ସହିତ ସମ୍ମାନ ଓ ଦାୟିତ୍ୱବୋଧର ପବିତ୍ର ପ୍ରତୀକ

ଭୁବନେଶ୍ୱର, ୨୫/୦୮: ଆଜି ରାଜଧାନୀ ମହାବିଦ୍ୟାଳୟ ପରିସରରେ ରାଜଧାନୀ ଷ୍ଟୁଡେଣ୍ଟ ୟୁନିଟ୍ ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ଆୟୋଜିତ ହୋଇଥିଲା। ଏହି ପବିତ୍ର ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସରୋଜ କାନ୍ତ ଚୌଧୀର, ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଆଲୁମନି ଆସୋସିଏସନ ର ସମ୍ପାଦକ ରଜତ କୁମାର ପରିଡ଼ା , ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ, ଛାତ୍ର ନେତା ପ୍ରମୁଖ ଉପସ୍ଥିତ ରହି ରକ୍ଷା ବନ୍ଧନର ପବିତ୍ର ପରମ୍ପରାକୁ ପାଳନ କରିଥିଲେ। ଏହି ଅବସରରେ ପରସ୍ପର ମଧ୍ୟରେ ଭାଇଚାରା, ସ୍ନେହ, ଏକତା ଓ ଆତ୍ମୀୟତାର ଅତୁଟ ବନ୍ଧନକୁ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା। ରକ୍ଷା ବନ୍ଧନ କେବଳ ଏକ ପର୍ବ ନୁହେଁ, ଏହା ଭାଇ-ଭଉଣୀଙ୍କ ସ୍ନେହ ସହିତ ସମାଜରେ ପରସ୍ପର ପ୍ରତି ଭଲପାଇବା, ବିଶ୍ୱାସ, ସମ୍ମାନ ଓ ଦାୟିତ୍ୱବୋଧର ପବିତ୍ର ପ୍ରତୀକ। ଏଭଳି ଆୟୋଜନ ମହାବିଦ୍ୟାଳୟ ପରିସରରେ ଏକତା, ସୌହାର୍ଦ୍ଦ୍ୟ ଓ ସକାରାତ୍ମକ ପରିବେଶକୁ ଆହୁରି ସୁଦୃଢ଼ କରିଥାଏ। ରାଜଧାନୀ ଷ୍ଟୁଡେଣ୍ଟ ୟୁନିଟ୍ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସମସ୍ତଙ୍କ ସକ୍ରିୟ ଯୋଗଦାନ ଓ ସହଯୋଗ ଏହାକୁ ଏକ ସ୍ମରଣୀୟ ଓ ଆନନ୍ଦମୟ ଅବସରରେ ପରିଣତ କରିଥିଲା।