ହାଇଟେକ୍ ବାଃ ବିଜ୍ଞାନ ଓ ବାଣିଜ୍ୟ କଲେଜରେ ଗୁରୁଦିବସ ପାଳିତ
ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
ଭୁବନେଶ୍ଵର, ୦୫/୦୯: ପାଣ୍ଡରାସ୍ଥିତ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ପବିତ୍ର ଗୁରୁଦିବସ ଓ ନବାଗତ ବିଦ୍ୟାର୍ଥୀ ମାନଙ୍କୁ ସ୍ଵାଗତ ସମ୍ଭର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଛି I ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଥମେ ଗୁରୁ ମାନଙ୍କୁ ପୂଜା କରିବା ସହ ବନ୍ଦାପନା କରିଥିବା ସହ ଗୁରୁବନ୍ଦନା କରାଯାଇଥିଲା I ହାଇଟେକ୍ ଗ୍ରୁପ୍ ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନେ ସବୁବେଳେ ଉଚ୍ଚାଭିଳାଷ ରଖିବା ସହ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରସ୍ତୁତି କରିବା ଆବଶ୍ୟକ, ନିୟମିତ ସାଧନା ହିଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସୁଗମ ହେବ ବୋଲି ସେ କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ନାଗରିକ ହୋଇ ଭଲ କାମ କରିବା ସହ, ନିଜ ମାତାପିତାଙ୍କ ସମେତ ଦେଶମାତୃକାର ସେବାକୁ କରିବାକୁ ଆହ୍ୱାନ ଦେଇଥିଲେ | ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଉପାଧ୍ଯକ୍ଷ ବିଭୁତିଭୂଷଣ ବେହେରା, ଡକ୍ଟର ଚିତ୍ତରଞ୍ଜନ ସାହାଣୀ, ଡକ୍ଟର ମୁରଲୀଧର ସ୍ଵାଇଁ, ଡକ୍ଟର ଶରତ କୁମାର ନାୟକ, ଡକ୍ଟର ପୂର୍ଣ୍ଣଚନ୍ଦ୍ର ବୈଶାଖ, ବେଦବ୍ରହ୍ମା ଦାଶ, ବିଶ୍ଵଜିତ ବେହେରା,ଶୁଭଶ୍ରୀ ଶୁଭଦର୍ଶିନୀ,ଆଲୋକ ରଞ୍ଜନ ସେନାପତି ପ୍ରମୁଖ ଯୋଗଦେଇଥିଲେ।