ଦୁର୍ଗାପୂଜା ଭସାଣ ଉତ୍ସବ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ରାତି ଗୋଟାଏ ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା

ଭୁବନେଶ୍ୱର, ୨୨/୧୦: ଦୁର୍ଗାପୂଜା ଭସାଣ ଉତ୍ସବ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ବିଳମ୍ବିତ ରାତି ଗୋଟାଏ ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି।

ସହିଦ ନଗର ଭସାଣି କମିଟିର ଶୋଭାଯାତ୍ରା ବେଳେ ଜନପଥରେ ଗାଡ଼ି ଚଳାଚଳ ମନା ହୋଇଛି। ଜନପଥ ବଦଳରେ ସଚିବାଳୟ ମାର୍ଗ ଓ ଏହାର ସଂଲଗ୍ନ ରାସ୍ତା ଦେଇ ଯିବାକୁ ପରାମର୍ଶ ଦିଆଯାଇଛି। ନୟାପଲ୍ଲୀ କମିଟିର ଶୋଭାଯାତ୍ରା ବେଳେ ଏକାମ୍ର ରାସ୍ତା ଦେଇ ଗାଡ଼ି ଯିବ। ସିଆରପିରୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଗାଡ଼ି ଏକାମ୍ର ରାସ୍ତା ଦେଇ ଯିବେ। ନନ୍ଦନକାନନ ଛକ ପଟୁ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଗାଡ଼ି କିଟ୍ ରାସ୍ତା ଦେଇ ଯିବାକୁ ପରାମର୍ଶ ଦିଆଯାଇଛି।

କିଟ୍ କିମ୍ବା କଳାରାହାଙ୍ଗ ଛକରେ ଥିବା ସଂଲଗ୍ନ ରାସ୍ତା ଦେଇ ଯିବାକୁ ହେବ। ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିବା ଭାରୀଯାନ/ବସ୍ ସର୍ଭିସ୍ ରୋଡ୍‌ରେ ମନା ହୋଇଛି। ଭାରୀଯାନ/ବସ୍ କେବଳ ଜାତୀୟ ରାଜପଥ ଦେଇ ଯାଇପାରିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି।