ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀ ଗସ୍ତ

ରାଜ୍ୟ କାର୍ଯ୍ୟକାରିଣୀ ପରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମନମୋହନ

ଭୁବନେଶ୍ୱର, ୦୭/୦୯: ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।ରାଜ୍ୟ କାର୍ଯ୍ୟକାରିଣୀ ସମାପ୍ତ ହେବା ପରେ ଦୁଇ ଦିନିଆ ଗସ୍ତକୁ ନେଇ ବଢ଼ିଲା ଚର୍ଚ୍ଚା। କାର୍ଯ୍ୟକାରିଣୀ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟ ସଂଗଠନ ଓ ଆଗାମୀ ରଣନୀତି ନେଇ ଆଲୋଚନା କରିପାରନ୍ତି ମନମୋହନ ସାମଲ।

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଆଗାମୀ ୩ ମାସ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି ବିଜେପି। ଏହାରି ମଧ୍ୟରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଭେଟିବା ବେଶ୍ ଗୁରୁତ୍ବପୂର୍ଣ୍ଣ ବହନ କରୁଛି।