୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ

ଅନିମେଶ ପ୍ରଧାନ ହେଲେ ଆଠଗଡ଼ ଉପଜିଲ୍ଲାପାଳ

ଭୁବନେଶ୍ୱର, ୦୮/୦୯: ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୯ ଯୁବ ଆଇଏଏସ ଅଫିସରଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି। ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି ଦେଇଛନ୍ତି ସରକାର। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

IAS ଅନିମେଶ ପ୍ରଧାନଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଦାୟିତ୍ବ ମିଳିଛି। ପ୍ରଜ୍ଞାନନ୍ଦନ ଗିରି ହେଲେ ତାଳଚେର ଉପଜିଲ୍ଲାପାଳ, କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ମିଳିଛି। ସେହିପରି ଫାବି ରସିଦ୍ ହେଲେ କୋରାପୁଟ ଉପଜିଲ୍ଲାପାଳ। ମୃଣାଳିକା ରାଠୋଡ୍ ଙ୍କୁ ରାୟଗଡ଼ା, ସୁଭଦ୍ରା ପଣ୍ଡାଙ୍କୁ ଯାଜପୁର, ପୱନ କୁମାରଙ୍କୁ ଟିଟିଲାଗଡ଼, ଭଗତ ସାମଲ କଲ୍ୟାଣରାଓଙ୍କୁ ପାରଳାଖେମୁଣ୍ଡି ଓ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ମିଳିଛି।