ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ

ଛାତ୍ରଛାତ୍ରୀଙ୍କୁ ଦିଆଗଲା ଫାଷ୍ଟ ଏଡ୍ ତାଲିମ

କଲ୍ୟାଣସିଂହପୁର, ୧୩/୯(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରେଡ଼କ୍ରସ ପକ୍ଷରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରାଯାଇଛି। ଶିକ୍ଷାର୍ଥୀ ମାନଙ୍କ ଗହଣରେ ଡ଼ାକ୍ତରଖାନା ଯିବା ପୂର୍ବରୁ କିପରି ତାର ପ୍ରାଥମିକ ଚିକିତ୍ସା କରାଯିବ ସେ ବିଷୟରେ ଧାରଣା ଦିଆଗଲା। ତଥା ମୁଣ୍ଡରେ ଆଘାତ ହେଲେ, ଗୋଡ଼ କିମ୍ବା ହାତର ହାଡ଼ ଭାଙ୍ଗିଗଲେ, ମୁହଁ ବୁଲାଇ ପଡ଼ିଲେ, ରକ୍ତସ୍ରାବ ହେଲେ, ସାପ କାମୁଡ଼ିଲେ,ବିଜୁଳି ମାରିଲେ, ପୋଡ଼ିଗଲେ, କଟିଗଲେ, ସଡ଼କ ଦୁର୍ଘଟଣା ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବାରେ, ମହୁମାଛି କାମୁଡ଼ିଲେ, ପାଣିରେ ବୁଡିଗଲେ ଏହିପରି ଅନେକ ପ୍ରାଥମିକ ଚିକିତ୍ସା ବିଷୟରେ ଜାଣିଲେ । ଏବଂ ମାନବ ସେବା ହିଁ ମାଧବ ସେବା ର ବାର୍ତ୍ତା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି ଅତି ସୁନ୍ଦର ଭାବରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଭାର ପ୍ରାପ୍ତ ରେଡ୍ କ୍ରସ ତଥା ବ୍ଳକ୍ ର ଦାୟିତ୍ଵରେ ଥିବା ଶିକ୍ଷକ ତାପସ କୁମାର ଦଳାଇ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଛନ୍ତି । ଶେଷରେ ଏପରି କାର୍ଯ୍ୟକ୍ରମ କେବଳ ବିଦ୍ୟାଳୟ ନୁହେଁ ଗାଁ ଗହଳିରେ ମଧ୍ୟ କିପରି ପହଞ୍ଚି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ।