କଲ୍ୟାଣ ସିଂହପୁର, ୧୩/୯(ନିପ୍ର ): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରର ମୁଖ୍ୟ ପ୍ରବେଶ ପଥ ରେ ଏକ ଭାରତ ମାତା ଙ୍କ ପ୍ରତିମୂର୍ତ୍ତିର ହାତ ଭାଙ୍ଗି ଦେଇଥିବା ନେଇ କଲ୍ୟାଣ ସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାୟଗଡା ଠାରୁ କଲ୍ୟାଣ ସିଂହପୁର ଯିବା ମୁଖ୍ୟ ରାସ୍ତା ରେ ଶିକରପାଇ ଗ୍ରାମ ରହିଛି। ଗ୍ରାମର ମୁଖ୍ୟ ପ୍ରବେଶ ପଥ ଠାରେ ଗ୍ରାମବାସୀ ବୃନ୍ଦ ଏକ ଭାରତ ମାତାର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ପୂର୍ବରୁ ମଧ୍ୟ ଏହି ମୂର୍ତ୍ତି କୁ କିଛି ଦୁର୍ବୁତ୍ତ ବା ହିନ୍ଦୁ ବିରୋଧୀ ଲୋକମାନେ ଭାଙ୍ଗିଥିଲେ। ଏହାକୁ ନେଇ ମଧ୍ୟ ଥାନାରେ ଲିଖିତ ଅଭିଯୋଗ ଗ୍ରାମବାସୀ ପକ୍ଷରୁ ଦେଇଥିଲେ । ବର୍ତ୍ତମାନ ମଧ୍ୟ ଉକ୍ତ ପ୍ରତିମୂର୍ତ୍ତି ର ହାତ କୁ ଭାଙ୍ଗି ଦେଇଥିବା ନେଇ ଏସ ଆଇ ହେମନ୍ତ କୁମାର ବରିଆଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଭାରତମାତା ଆମ ହିନ୍ଦୁତ୍ବର ରକ୍ଷାକର୍ତ୍ତା ଦେବୀ।ଏହି ଭାରତ ମାତା ପ୍ରତିମୂର୍ତ୍ତି ର କ୍ଷତି କରୁଛନ୍ତି ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି ଦୋଷୀଙ୍କୁ ଧରି ଉଚିତ ଦଣ୍ଡ ଦେବା ପାଇଁ ଗ୍ରାମର ମନୋଜ କୁମାର ସେଠୀ, ସନ୍ତୋଷ କୁମାର ସାହୁ, ନାରସିଂ କୌଶଲ୍ୟା , ବିଜୟୀ କୁମାର ଗୌଡ଼, ପକ୍ଷରୁ ଉଲ୍ଲେଖ କରିଛନ୍ତି।
Prev Post