ବ୍ରିକ୍ସ ସମ୍ମିଳନୀର ସଫଳ ଓ ଐତିହାସିକ ଆୟୋଜନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି

ବ୍ରିକ୍ସ ସମ୍ମିଳନୀରେ ସମସ୍ତ ପ୍ରତିନିଧିଙ୍କୁ ଓଡିଶାର ପ୍ରସିଦ୍ଧ କୋରାପୁଟ କଫି ପ୍ରଦାନ କରିଥିବାରୁ ମୋଦିଜୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି

ବିଶ୍ୱକୁ ଶାନ୍ତି ଓ ପ୍ରଗତିର ଏକ ନୂତନ ମାର୍ଗ ଦେଖାଇଛି: ମନମୋହନ ସାମଲ

ଭୁବନେଶ୍ୱର, ୧୪/୦୯: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀର ସଫଳ ଓ ଐତିହାସିକ ଆୟୋଜନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟବାସୀଙ୍କ ତରଫରୁ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଦାନମନ୍ତ୍ରୀ ମୋଦିଜୀଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ ଏବଂ ବସୁେଧୈବ କୁଟୁମ୍ବକମ୍ ତଥା ହ୍ୟୁମାନିଟି ଫାଷ୍ଟ (ମାନବିକତା ପ୍ରଥମ) ନୀତି ଯୋଗୁଁ ଆଜି ବିଶ୍ୱ ଦରବାରରେ ଭାରତବର୍ଷର ସମ୍ମାନ ଓ ପ୍ରତିଷ୍ଠା ଶିର୍ଷରେ ପହଂଚିଛି । ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାନାମାର ସର୍ବସମ୍ମତ ଗ୍ରହଣ, ବିଶ୍ୱ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦ ବିରୋଧରେ ଭାରତର ଦୃଢ ଆଭିମୁଖ୍ୟକୁ ସମଗ୍ର ବିଶ୍ୱ ସ୍ୱୀକାର କରିଛି । ଏହି ସମ୍ମିଳନୀରେ ସଫଳତା ପ୍ରମାଣିତ କରିଛି ଯେ, ଭାରତ କେବଳ ଗ୍ଲୋବାଲ ସାଉଥ୍‌ର ସ୍ୱର ସାଜିନାହିଁ, ବରଂ ବିଶ୍ୱକୁ ଶାନ୍ତି ଓ ପ୍ରଗତିର ଏକ ନୂତନ ମାର୍ଗ ଦେଖାଇଛି । ବ୍ରିକ୍ସ ସମ୍ମିଳନୀର ସଫଳତା ୧୪୦ କୋଟି ଦେଶବାସୀଙ୍କ ପାଇଁ ଏକ ଗୈାରବର ବିଷୟ ବୋଲି ଶ୍ରୀ ସାମଲ ଖୁସି ବ୍ୟକ୍ତ କରି କହିଛନ୍ତି ।

ଏହି ବୈଶ୍ୱିକ ସମ୍ମିଳନୀକୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଓଡିଶାର ପ୍ରସିଦ୍ଧ କୋରାପୁଟ କଫି ପ୍ରଦାନ କରାଯାଇଥିଲା, ଯାହାକି ପ୍ରତ୍ୟେକ ଓଡିଆଙ୍କୁ ଗୈାରବ ଆଣିଦେଇଛି । ଓଡିଶାକୁ ଆନ୍ତରିକ ଭାବେ ଭଲ ପାଉଥିବା କାରଣରୁ ଓଡିଶାର ସ୍ଥାନୀୟ ଉତ୍ପାଦକୁ ପ୍ରଦର୍ଶିତ କରିବା ପାଇଁ ପୁଣି ଥରେ ବୈଶ୍ୱିକ ମଂଚ ଯୋଗାଇ ଦେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶେଷ ଭାବେ ଓଡିଶାର କୃଷକ ଭାଇ ଓ ଭଉଣୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।