କଲ୍ୟାଣ ସିଂହପୁର, ୧୪/୯(ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଖଜୁରୀ ଗୁଡ଼ା ଗ୍ରାମର ରାମାରାଓ କୁଲସିକା ଦାଦନ ଖଟିବାକୁ ଯାଇ ଶବ ହୋଇ ଆଉ ଫେରିଲେ ନାହିଁ ଯୁବକ।
ନିଜ ଗାଁ ଖଜୁରୀ ଗୁଡ଼ା ରୁ କିଛି ଦିନ ତଳେ ଦାଦନ ଖଟିବାକୁ ରାମାରାଓ ତାମିଲ୍ ନାଡୁ ଯାଇ ଥିଲେ ସେଠାରେ ମୃତ ହୋଇଥିବା ବେଳେ ଆଉ ଗାଁ କୁ ଫେରି ପାରିଲେ ନାହିଁ। ମୃତ ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ,ରାମାରାଓ ଙ୍କ ମୃତ ଖବର ବୁଢ଼ୀ ମା ଶୁଣିବା ପରେ ଖାଇବା ପିଇବା ଚାଡ଼ି କାନ୍ଧି କାନ୍ଧି ବେହୋସ୍ ହୋଇ ପଡ଼ୁଥିବା ଦେଖିବା କୁ ମିଳିଛି। ଗାଁ ରେ ଏକ ପ୍ରକାର ଶୋକ ର ଛାୟା ଖେଳିଯାଇଛି। ଆଜି ସାରା ରାଜ୍ଯ ରେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଖଜୁରୀଗୁଡ଼ା ଗାଁ ର ଯୁବକ ମାନେ ପୂଜା ବନ୍ଦ କରି ଦୁଃଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ ତାମିଲ୍ନାଡୁର ଏରୋଡୁ ଠାରେ ରାମାରାଓ ଙ୍କ ଶବ ପଡି ରହିଥିବା ବେଳେ ଗାଁ କୁ ଶବ କେମିତି ପହଞ୍ଚିବ ପରିବାର ଲୋକେ ଚିନ୍ତାରେ ପଡ଼ି ସରକାର ଙ୍କୁ ସାହାଯ୍ୟ ସହଯୋଗ ପାଇଁ ଗୁଆରି କରିଥିବା ଥିବା ଜଣା ପଡିଛି। ତାମିଲନାଡୁରେ ମୃତଦେହ ପଡ଼ିଥିବା ବେଳେ ଗାଁକୁ କିଭଳି ଶବ ଫେରିବ, ସେନେଇ ଚିନ୍ତାରେ ପରିବାର । ଏପଟେ ପୁଅର ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଛନ୍ତି ବୃଦ୍ଧା ମାଆ ଶୋକରେ ଗାଁରେ ଏଯାଏଁ ଗଣେଶ ପୂଜା ପାଳନ ହୋଇନଥିବା କହିଛନ୍ତି ସମ୍ପର୍କୀୟତେବେ ମୃତଦେହ ଗାଁକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସହାୟତା ଦିଆଯିବ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ କହିଛନ୍ତି, ତାମିଲନାଡୁରୁ ମୃତଦେହ ଆଣିବା ପାଇଁ ଆମ୍ବୁଲାନ୍ସ ଭଡ଼ା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। କିନ୍ତୁ ଗ୍ରାମକୁ ଶବ ନ ଆଣି ସମ୍ପର୍କୀୟ ଉପସ୍ଥିତି ରେ ଉକ୍ତ ଗ୍ରାମରେ ହିଁ ଶବ ଦାହ କରାଯାଇଥିବା ସୂଚନା ମିଳିଛି।