କଲ୍ୟାଣସିଂହପୁରରେ ଗଣେଶ ପୂଜା ପାଳିତ

ଧରାପୃଷ୍ଠରେ ବିରାଜିଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶ

କଲ୍ୟାଣସିଂହପୁର, ୧୪/୯(ନିପ୍ର): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ସମସ୍ତ ବିଦ୍ୟାଳୟ ଓ ଗାଁ ଗହଳିରେ ଗଣେଷ ପୂଜା ପାଳନ କରାଯାଇଛି।

ଧରାପୃଷ୍ଠରେ ବିରାଜିଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ । ଗଜାନନଙ୍କ ଆବହନ ପାଇଁ ପୂରପଲ୍ଲୀ ଠାରୁ ଗାଁ ଓ ସହର ସବୁଠି ଚଳଚଞ୍ଚଳ ହୋଇଉଠିଛି । ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡେ ଉତ୍ସାହ ଦେଖିବାକୁ ମିଳିଛି । ସ୍କୁଲ, କଲେଜ,ଘରେଇ ବିଦ୍ୟାଳୟ,କାର୍ଯ୍ୟାଳୟ ଓ ଦୋକାନ ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି । ଆଜି ଗଣେଶ ଚତୁର୍ଥ ଅବସରରେ ସ୍କୁଲରେ ଛାତ୍ରଛାତ୍ରୀମାନେ ବେଶ ଧୁମଧାମରେ ପୂଜାର୍ଚ୍ଚନା କରୁଛନ୍ତି । ବିଦ୍ୟାଦାତା ଗଣେଶଙ୍କୁ ପୂଜା କରି ଆଶିଷ ଲାଭ କରିଛନ୍ତି । ଏ ଅବସରରେ ଛୋଟ ଛୋଟ ଶିଶୁ ମାନଙ୍କର ଖଡ଼ି ଛୁଆଁ କରିଥାନ୍ତି। ତା ସହିତ ଆଲୋକସଜ୍ଜା ସହ ସୁନ୍ଦର ତୋରଣ, ମେଢ଼ ଶୋଭାପାଉଛି । କେଉଁଠି ଗୋଟିଏ ଦିନ, ତିନି ଦିନ, ପାଞ୍ଚ, ସାତ, ଏଗାର, ଏକୋଇଶି ଦିନ ଲେଖାଏଁ ରଖି ଗଜାନନଙ୍କ ପୂଜା ଧୂମଧାମରେ କରିଥାନ୍ତି। ଶେଷରେ ଗଣେଶଙ୍କ ହାତରେ ରଖିଥିବା ଲଡୁକୁ ନିଲାମ କରିଥାନ୍ତି। ସକାଳୁ ବଜାରର ସବୁ ପୂଜା ଦୋକାନରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଛି।