ଭୁବନେଶ୍ୱର, ୧୭/୦୯: ଭୁବନେଶ୍ୱର DCP ତଥା ୨୦୧୩ ବ୍ୟାଚ୍ର ଆଇପିଏସ ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ତାଙ୍କ ଇସ୍ତଫାକୁ ଔପଚାରିକ ଭାବେ ଗ୍ରହଣ କରିଛନ୍ତି।
ଜଗମୋହନ ମୀନା ପ୍ରାୟ ୧୩ ବର୍ଷ ଧରି ଭାରତୀୟ ପୁଲିସ ସେବାରେ କାର୍ଯ୍ୟ କରିବା ପରେ ୨୦୨୬ ଜୁଲାଇରେ ସେ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।
ପ୍ରଥମେ ଜଗମୋହନ ମୀନାଙ୍କ ଇସ୍ତଫା ରାଜ୍ୟ ସରକାର ଗୃହୀତ କରିବା ପରେ ରାଜ୍ୟ ସରକାର ଏହାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଥିଲେ। ତେବେ କେନ୍ଦ୍ରର ଅନୁମୋଦନ ପରେ ମୀନାଙ୍କ ଆଇପିଏସ କ୍ୟାରିୟରରେ ଔପଚାରିକ ଭାବେ ପରିସମାପ୍ତି ଘଟିଛି।
ଜଗମୋହନ ମୀନା ଓଡ଼ିଶା କ୍ୟାଡରର ୨୦୧୩ ବ୍ୟାଚ୍ର ଆଇପିଏସ ଅଧିକାରୀ। ଟ୍ରେନିଂ ପରେ ସେ କଳାହାଣ୍ଡିରେ ଏସଡିପିଓ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମର ଏସପି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ କଟକର ଡିସିପି ଓ ଭୁବନେଶ୍ୱରର ଡିସିପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଭୁବନେଶ୍ୱର ଡିସିପି ଭାବେ ସେ ୨୦୨୫ରେ ଦାୟିତ୍ୱ ନେଇଥିଲେ।