ଜମ୍ମୁ-କାଶ୍ମୀର, ୧୭/୦୯: ବୁଧବାର ଦିନ ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାରେ ବିଳମ୍ବିତ ରାତିରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ଆତଙ୍କବାଦୀଙ୍କ ପରିଚୟ ତୁରନ୍ତ ଜଣାପଡିନାହିଁ। କିନ୍ତୁ ସେମାନେ ଜୈସ-ଇ-ମହମ୍ମଦ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି।
ସୋହାନ ଅଞ୍ଚଳରେ ଲୋକଙ୍କ ସନ୍ଦେହଜନକ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସେଠାରେ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ଏହା ପରେ, ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା।