ମଧ୍ୟପ୍ରଦେଶରେ ଭାସିଗଲା କାର: ୮ ଓଡ଼ିଆ ମୃତ

ବଢ଼ି ପାଣି ପାର ବେଳେ ବଡ଼ ଅଘଟଣ

ମଧ୍ୟପ୍ରଦେଶ, ୧୯/୦୯: ମଧ୍ୟପ୍ରଦେଶରେ ଓଡ଼ିଆ ପର୍ଯ୍ୟଟକ ମୃତ। ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲା ନଲଖେଡ଼ାରେ ଘଟିଛି ଏହି ବଡ଼ ଅଘଟଣ। ନାଳରେ ଭାସିଯିବାରୁ ଗୋଟିଏ ପରିବାରର ୮ ସଦସ୍ୟଙ୍କ ମୃତ୍ୟୁ ଘଟିଛି।

ଓଡ଼ିଶାର ବାସିନ୍ଦା ଉଜ୍ଜୟିନୀରୁ ନଲଖେଡ଼ାସ୍ଥିତ ପ୍ରସିଦ୍ଧ ମା’ ବଗଳାମୁଖୀ ମନ୍ଦିରକୁ ଦର୍ଶନ ପାଇଁ କାର୍‌ରେ ଯାଉଥିଲେ। କିନ୍ତୁ ନଲଖେଡ଼ାରେ ପ୍ରବଳ ବର୍ଷା ପରେ ଯୋଗୁଁ ଝରଣା ପାଣିରେ ବରସାତି ନାଳଟି ଫୁଲି ଯାଇଥିଲା। ସେହି ବଢ଼ି ପାଣି ପାର ହେବାକୁ ଚେଷ୍ଟା କରୁଥିବା ବେଳେ ପ୍ରବଳ ପାଣି ସ୍ରୋତରେ ଭାସିଯାଇଥିଲା କାରଟି।

କାର୍‌ ଭାସିଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୩ ଜଣ ପୁରୁଷ ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ଘର ଭୁବନେଶ୍ୱର ଜୟଦେବ ବିହାରରେ ବୋଲି ଜଣାପଡ଼ିଛି।