ବୋଲେରୋ-ବାଇକ୍ ଧକ୍କା

ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଦଶପଲ୍ଲା, ୧୯/୦୯: ଦଶପଲ୍ଲା ବ୍ଲକର ବାଣିଗୋଛା ଥାନା ଅନ୍ତର୍ଗତ ଗଣ୍ଡାପାଜୁ ଛକ ଠାରେ ଶନିବାର ଦିନ ବୋଲେରୋ – ବାଇକ୍ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ମୃତକ ଜଣଙ୍କ ଗଣିଆ ଥାନା ଅନ୍ତର୍ଗତ ଧୂଆଁମଡାର ଆଲୋକ କୁମାର ସାହୁ ଓ ଗୁରୁତର ଜଣଙ୍କ ଦଶପଲ୍ଲା ଥାନା ଅନ୍ତର୍ଗତ ଡିହସାହି ଗ୍ରାମର ପବିତ୍ର କୁମାର ସାହୁ ବୋଲି ବାଣିଗୋଛା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର ସୂଚନା ପ୍ରଦାନ କରିଛନ୍ତି | ଦୁର୍ଘଟଣା ଗସ୍ତ ବୋଲେରୋ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ପ୍ରକାଶ | ଗାଡି ଜବତ ସହ ଘଟଣାର ତଦନ୍ତ ଜାରି ରହିଛି |