ଜାତୀୟ ରାଜପଥ କଡ଼ରୁ ହଟିବ ଜବରଦଖଲ

ଦଶପଲ୍ଲା ତହସିଲ ପକ୍ଷରୁ ନୋଟିସ ଜାରି

ଦଶପଲ୍ଲା, ୧୯/୦୯: ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ରହିଥିବା ସରକାରୀ ଜମି, ବିଶେଷ କରି ରାସ୍ତା କଡ଼ରେ ଥିବା ‘ନୟନଯୋରୀ’ କିସମ ସ୍ଥାନକୁ ବେଆଇନ୍ ଭାବେ ମାଡ଼ି ବସିଥିବା ବ୍ୟକ୍ତିଙ୍କ ବିରୋଧରେ ଦଶପଲ୍ଲା ତହସିଲ ପକ୍ଷରୁ ‘ଓଡ଼ିଶା ପ୍ରିଭେନସନ ଅଫ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ, ୧୯୭୨’ ଅଧୀନରେ ନୋଟିସ୍ ଜାରି କରାଯାଇଛି। ଶୁକ୍ରବାର ଦିନ ୩୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ଆଗକୁ ଏଥିନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି |