ନିଶ୍ଚିନ୍ତକୋଇଲି, ୩୦/୧୧: ଦୁଇ ଦିନର ଶିଶୁପୁତ୍ରକୁ ବିକ୍ରି । ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଏପରି ଏକ ଅଭାବନୀୟ ଘଟଣାର ଅଭିଯୋଗ ହୋଇଛି । ୧ ଲକ୍ଷ ୨୦ ହଜାର ଟଙ୍କାରେ ନବଜାତ ଶିଶୁପୁତ୍ରକୁ ବାପା-ମାଆ ବିକ୍ରି କରିଥିବା ନେଇ ଥାନାରେ ଅଭିଯୋଗ କରିଛି ଚାଇଲ୍ଡ୍ ଲାଇନ ।
ଗତ ୨୫ ତାରିଖ ଦିନ ଏହି ଶିଶୁଟି ନିଶ୍ଚିନ୍ତକୋଇଲି ମେଡିକାଲରେ ଜନ୍ମ ହୋଇଥିଲା । କିନ୍ତୁ ଶିଶୁଟିକୁ ୨୭ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଦମ୍ପତ୍ତିଙ୍କୁ ବିକ୍ରି ହୋଇଥିବା ଚାଇଲ୍ଡ ଲାଇନ ପକ୍ଷରୁ ଏତଲାରେ ଉଲ୍ଲେଖ କରାଯାଇଛି ।
ଅଦ୍ୟାବଧି ଶିଶୁକୁ ଉଦ୍ଧାର କରାଯାଇ ପାରିନଥିବା ଜଣାପଡ଼ିଛି । ଶିଶୁକୁ ଉଦ୍ଧାର କରିବା ପାଇଁ ଚାଇଲ୍ଡ ଲାଇନ କର୍ମକର୍ତ୍ତା ଓ ନିଶ୍ଚିକୋଇଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସହିତ ପୋଲିସ ମିଳିତ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।