ଭୁବନେଶ୍ୱରରେ ନୂଆଖାଇ ଭେଟଘାଟ, ସାମିଲ ହେଲେ ୫୦୦ରୁ ଅଧିକ ଚାଷୀ ନେତା

ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ

ଭୁବନେଶ୍ୱର, ୨୭/୦୯: ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ଦ୍ଵାରା ଅୟୋଜିତ ନୂଆଖାଇ ଭେଟଘାଟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଭୁବନେଶ୍ଵର ଉତ୍ତରା ଛକ ନିକଟ ସରଦେଇପୁର ପିଡବ୍ଲୁଡି ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ନୂଆଖାଇ ଭେଟଘାଟ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ଜିଲ୍ଲାରୁ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଚାଷୀ ନେତା ମାନେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି ଓ ଓଡ଼ିଶାର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ସରକାରଙ୍କ ଜନ କଲ୍ଯାଣ କାରୀ ଯୋଜନାର ସଫଳତା କିପରି ଭାବରେ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସମସ୍ତେ କାମ କରିବା ପାଇଁ ଆହ୍ବାନ ଦେଇଥିଲେ।

ବିରୋଧୀ ଦଳ ଡବଲ ଇଞ୍ଜିନ ସରକାରକୁ ବଦନାମ କରିବା ପାଇଁ ବିଭିନ୍ନ ଷଡଯନ୍ତ୍ର ଓ ଅପପ୍ରଚାରକୁ ମୁକାବିଲା କରିବା ପାଇଁ କହିଥିଲେ। ଦେଶରେ ବିଶୃଙ୍ଖଳା ଓ ଅସ୍ଥିରତା ସୃଷ୍ଟି କରିବା ପାଇଁ ବିରୋଧୀ ଦଳର ଉଦ୍ୟମକୁ ମୁକାବିଲା କରିବା ସହିତ ଏହାର ପ୍ରତିରୋଧ କରିବା ପାଇଁ ଶ୍ରୀ ମହେଶ୍ଵର ସାହୁ ଉପସ୍ଥିତ ଚାଷୀମାନଙ୍କୁ ତାଙ୍କର ଭାଷଣରେ କହିଥିଲେ।