କଲ୍ୟାଣ ସିଂହପୁର, ଜେକେ ପୁର ୨୮/୯ (ନିପ୍ର): ଲୁଟ୍ କରି ଚମ୍ପଟ୍ ମାରୁଥିବା ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ। ପରେ ଫାଣ୍ଡିରେ ଲୁଟେରାକୁ ଜିମା ଦେଲେ। ଆଜି ଏଭଳି ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଲେଲିବାଡି ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ମହିଳା ନିଲାଇ ଅଟକା ଶୈଚ କରି ଘରକୁ ଫେରୁଥିବା ବେଳେ ୩ଜଣ ଲୁଟେରା ଏକ ବାଇକ୍ ରେ ଆସି ନିଲାଇର ଦୁଇ କାନ ଫୁଲ ଓ ନାକର ସୁନା ଝାମ୍ପି ଫେରର୍ ହୋଇଯାଥିଲେ। ନିଲାଇ ଚିତ୍କାର କରିବା ପରେ ଗ୍ରାମବାସୀ ଲୁଟେରାଙ୍କୁ ପିଛା କରି ଜଣକୁ ଧରିଥିବା ବେଳେ ଅନ୍ଯ ଦୁଇ ଜଣ ବାଇକ୍ ଛାଡି ଚମ୍ପଟ୍ ମାରିଥିଲେ। ଉକ୍ତ ଲୁଟେରା କଲ୍ଯାଣସିଂହପୁର ଥାନା ଅଞ୍ଚଳର ରବି କୈଶଲ୍ଯା ବୋଲି ଜଣାପଡିଛି। ପରେ ଗ୍ରାମବାସୀ ଏହି ଅଭିଯୁକ୍ତକୁ ପୁଲିସର ଜିମା ଦେଇଥିଲେ। ଏନେଇ ଥେରୁବାଲି ଫାଣ୍ଡିରେ ଏକ ମାମଲା ରୁଜୁ ହେବା ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ଯମ ଆରମ୍ଭ କରିଛି ପୋଲିସ।