ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଓଇଏସଏ କାର୍ଯ୍ୟକାରୀଣି ବୈଠକରେ ଯୋଗଦେଲେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବୈଷୟିକ ଶିକ୍ଷାନୁଷ୍ଠାନରୁ ୬୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ
ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘଙ୍କୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମାଧ୍ୟମ କରିବା ଦିଗରେ ରାଜ୍ୟ ସରକାର ପକ୍ଷରୁ ସବୁ ସହଯୋଗ କରାଯିବ: ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
ଭୁବନେଶ୍ୱର, ୨୮/୦୯: ଆଜି ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘ ପକ୍ଷରୁ ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ବର ସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିଅମରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟବ୍ୟାପି ୩୦ ରୁ ଉର୍ଦ୍ଧ୍ବ ବୈଷୟିକ ଶିକ୍ଷାନୁଷ୍ଠାନର ୬୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଇଞ୍ଜିନିୟରିଂ ଛାତ୍ର ସଂଘର ଆବାହକ ଶ୍ରୀ ସୁମନ ସାହୁ ଏବଂ ରାଜେଶ ପାଣି ପ୍ରମୁଖ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହିଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ମାନ୍ୟବର ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର, ମାନ୍ୟବର ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, କର୍ପୋରେଟର ଶ୍ରୀ ଅମରେଶ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦବୋଧନ ଦେଇଥିଲେ।
ଏହି ଅବସରରେ ଓଡିଶା ଇଞ୍ଜିନିଅରିଂ ଛାତ୍ର ସଂଘର ପ୍ରଥମ ସଭାପତି ଭାବେ ଆଇଟିଆର କଲେଜର ଆର୍ୟନ ଦାସ କାର୍ଯ୍ୟକାରୀ ସଭାପତି ଦୀପ୍ତି ପ୍ରସାଦ , ଉପସଭାପତି ଭାବେ ସୌରଭ ବିଶ୍ୱାଳ, ଅଙ୍କିତ ୟାଦବ, ଶକ୍ତି ସ୍ମାରକ ପ୍ରଧାନ , ପ୍ରତୀକ ବିଶ୍ୱାଳ, ସୋମେଶ ନାୟକ,ସମେତ ୫ ଜଣ ଉପସଭାପତି, ସାଧାରଣ ସମ୍ପାଦକ ଭାବେ ଅଖିଳେଶ କୁମାର ସାହୁ,ସତ୍ୟଶ୍ରୀ ପରିବର୍ତ୍ତନ, ଜ୍ୟୋତି ପ୍ରଧାନ, ବିଶ୍ୱ ଚମ୍ପତି ସମତେ ୫ ଜଣ , ସମ୍ପାଦକ ଭାବେ ଅଂଶୁମାନ କରନ,ଆୟୁଷ ରେଡ୍ଡୀ, ଅଂଶୁମାନ ପରିଜା ସମେତ ୫ ଜଣ, ଟେକ୍ନିକାଲ ସମ୍ପାଦକ ସୌଭାଗ୍ୟ ଦାସ , ସୁମିତ ବିଶ୍ୱାଳ ସହ ଡିଜିଟାଲ ୱିଙ୍ଗ ସମ୍ପାଦକ ଅଂଶୁମାନ ରାଉତ, କିରନ ପ୍ରଧାନ ପ୍ରମୁଖ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ଭାବରେ ସଂଘର ସହ ଆବାହକ ଶ୍ରୀ ଗୋପାଳ କୃଷ୍ଣ ସାହୁ ଘୋଷଣା କଲେ।
ଏହି ଅବସରରେ ଛାତ୍ର ନେତା ଆସିଫ ଅମିନ, ସୁଜିତ ପାଲଟା ସିଂ,କିଶୋର ବେହେରା, ନାରାୟଣ ସିଂ, ରଞ୍ଜିତ ଦାସ, ସୁଭାଶିଷ ରାଉତ, ସନ୍ଦୀପ ସତ୍ୟ ନାରାୟଣ ଭୂୟାଁ, ଅନିଲ ମହାନ୍ତି, ଦେବାଶିଷ ନାୟକ, ବିଶ୍ୱଜିତ୍ ସ୍ୱାଇଁ, ସୋମିକ ଘୋଷ,ସଞ୍ଜୟ ପଟ୍ଟନାୟକ, ଆଶିଷ ମହାନ୍ତି,ପୀୟୁଷ ନାୟକ, ସୌମ୍ୟ ପ୍ରଧାନ, ପାର୍ଥ ସାରଥୀ,ଶୁଭଙ୍କର ଦାସ , ସାଇରାମ ସେଠୀ, ଶୁଭମ ବେହେରା, ବିଷ୍ଣୁ ପ୍ରସାଦ ପାତ୍ର ସମାଜସେବୀ ସତ୍ୟବ୍ରତ ସାମଲ, ସଞ୍ଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ରହିବା ସହ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଭୁବନେଶ୍ୱରର ବହୁ ବରିଷ୍ଠ ବ୍ୟକ୍ତି, ଯୁବ ଛାତ୍ର ନେତୃତ୍ୱ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।