ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟା ବୃଦ୍ଧି

ଯାତ୍ରୀ ଚାହିଦାକୁ ପୂରଣ କରିବାରେ ସହାୟକ ହେବ

ଭୁବନେଶ୍ୱର, ୨୮/୦୯: ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇବା ସହ ଆଗାମୀ ପାର୍ବଣ ଋତୁରେ ବଢ଼ିବାକୁ ଥିବା ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରାଯିବ।

ଟ୍ରେନ୍ ନମ୍ବର ୧୮୪୬୩ ଭୁବନେଶ୍ୱର–କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସରେ ଅକ୍ଟୋବର ୧ରୁ ୩୧ ତାରିଖ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଏସି ୩-ଟାୟାର କୋଚ୍ ଅତିରିକ୍ତ ଭାବେ ସଂଯୋଗ କରାଯିବ। ସେହିଭଳି, ଟ୍ରେନ୍ ନମ୍ବର ୧୮୪୬୪ କେଏସଆର ବେଙ୍ଗାଲୁରୁ–ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସରେ ଅକ୍ଟୋବର ୨ରୁ ନଭେମ୍ବର ୧ ତାରିଖ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।

ସେହିପରି, ଟ୍ରେନ୍ ନମ୍ବର ୧୨୮୧୯ ଭୁବନେଶ୍ୱର–ଆନନ୍ଦ ବିହାର ଟର୍ମିନାଲ ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଅକ୍ଟୋବର ୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ଏସି ୩-ଟାୟାର କୋଚ୍ ଏବଂ ଟ୍ରେନ୍ ନମ୍ବର ୧୨୮୨୦ ଆନନ୍ଦ ବିହାର ଟର୍ମିନାଲ–ଭୁବନେଶ୍ୱର ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଅକ୍ଟୋବର ୬ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଗୋଟିଏ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।

ଏହାଛଡ଼ା, ଟ୍ରେନ୍ ନମ୍ବର ୨୨୮୭୯ ଭୁବନେଶ୍ୱର–ତିରୁପତି ସୁପରଫାଷ୍ଟ ଏକ୍ସପ୍ରେସରେ ଅକ୍ଟୋବର ୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୨୨୮୮୦ ତିରୁପତି–ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସରେ ଅକ୍ଟୋବର ୪ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।

ସେହିଭଳି, ଟ୍ରେନ୍ ନମ୍ବର ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସରେ ଅକ୍ଟୋବର ୨ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।

ଟ୍ରେନ୍ ନମ୍ବର ୧୮୩୦୧/୧୮୩୦୨ ସମ୍ବଲପୁର–ରାୟଗଡ଼ା–ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସରେ ଉଭୟ ଦିଗରୁ ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ।

ଏହାଛଡ଼ା, ଟ୍ରେନ୍ ନମ୍ବର ୧୮୪୧୭ ପୁରୀ–ଗୁଣୁପୁର ଏକ୍ସପ୍ରେସରେ ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୮୪୧୮ ଗୁଣୁପୁର–ପୁରୀ ଏକ୍ସପ୍ରେସରେ ଅକ୍ଟୋବର ୨ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ।

ଟ୍ରେନ୍ ନମ୍ବର ୨୦୮୩୨ ସମ୍ବଲପୁର–ଶାଲିମାର ମହିମା ଗୋସାଇଁ ଏକ୍ସପ୍ରେସରେ ଅକ୍ଟୋବର ୧ରୁ ୨୯ ତାରିଖ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୨୦୮୩୧ ଶାଲିମାର–ସମ୍ବଲପୁର ମହିମା ଗୋସାଇଁ ଏକ୍ସପ୍ରେସରେ ଅକ୍ଟୋବର ୨ରୁ ୩୦ ତାରିଖ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ।

ସେହିପରି, ଟ୍ରେନ୍ ନମ୍ବର ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକ ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସରେ ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୧୨୮୯୪ ପୁରୁଣାକଟକ–ଭୁବନେଶ୍ୱର ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସରେ ଅକ୍ଟୋବର ୨ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁଇଟି ଲେଖାଏଁ ଜେନେରାଲ କୋଚ୍ ସଂଯୋଗ କରାଯିବ।

ଏଥିସହିତ, ଟ୍ରେନ୍ ନମ୍ବର ୨୦୪୭୧ ଶ୍ରୀ ଗଙ୍ଗାନଗର–ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରେ ଅକ୍ଟୋବର ୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଏବଂ ଟ୍ରେନ୍ ନମ୍ବର ୨୦୪୭୨ ପୁରୀ–ଶ୍ରୀ ଗଙ୍ଗାନଗର ସୁପରଫାଷ୍ଟ ଏକ୍ସପ୍ରେସରେ ଅକ୍ଟୋବର ୭ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।

ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଯାତ୍ରୀମାନଙ୍କୁ ଅଧିକ ବର୍ଥ ସୁବିଧା ଯୋଗାଇବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରୀ ଚାହିଦାକୁ ପୂରଣ କରିବାରେ ସହାୟକ ହେବ ।