କଲ୍ୟାଣ ସିଂହପୁର, ୦୧/୧୦(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗ୍ରାମର ଜାମା କାଡ୍ରାକାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ଲଘୁଚାପ ଜନିତ ବର୍ଷାରେ ଘରର କାନ୍ଥ ଗୁଡିକ ଭିଜି ରହିଥିଲା। ମଙ୍ଗଳବାର ରାତ୍ରରେ ଖାଇ ସାରି ପରିବାରର ୬ ଜଣ ଘର ମଝିରେ ଶୋଇରହିଥିଲେ।
ରାତ୍ର ପ୍ରାୟ ୧୦ଟା ସମୟରେ ରୋଷେଇ ଘରର କାନ୍ଥ ଘର ଭିତରକୁ ପଡିଯାଇଥିଲା। ପରିବାରର ଛଅ ଜଣ ପ୍ରାଣୀ ଅନ୍ୟ ଏକ କୋଠରୀରେ ଶୋଇଥିବାରୁ କାହାରିକୁ କିଛି ହୋଇନାହିଁ। ଉକ୍ତ ଖବର ପାଇଁ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ଗ୍ରାମରେ ପହଞ୍ଚି ସମସ୍ୟା ଦେଖି ରାଜସ୍ବ ନିରୀକ୍ଷକଙ୍କୁ ଜଣାଇବି ବୋଲି କହିଥିଲେ। ସାହି ପଡିଶା ଲୋକମାନେ ଆସି ପଡିଯାଇଥିବା ରୋଷେଇ ଗୃହରୁ ସମସ୍ତ ଜିନିଷ ବାହାର କରିଥିଲେ।
ଧାମୁଣିପଙ୍ଗା ପଞ୍ଚାୟତର ପେଡିପଦର ଗ୍ରାମର ଲଛମନ କାଡ୍ରାକାଙ୍କ ଘର ଭୁଶୁଡି ପଡ଼ିଥିବା ଦେଖିବାକୁ ମିଳିଛି। ଏହି ପରିବାର ଗୁଡିକ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଲେଖାଏଁ ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।