କଲ୍ୟାଣସିଂହପୁର, ୦୫/୧୦ (ନିପ୍ର) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିଙ୍ଗାରିପଞ୍ଚାୟତର ପାଦୁଲୁଗୁଡାଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟଟି ୨୦୧୧ ମସିହା ଜୁନ ମାସ ୯ ତାରିଖରେ ସ୍ଥାପିତ ହୋଇଛି। ଶିଶୁ ବଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ଶ୍ରେଣୀ ଗୃହ ମାନେ ତିନୋଟି ରହିଛି। ଗୋଟିଏ ଗୃହ ରେ ଅଫିସ କାର୍ଯ୍ୟକ୍ରମ କରୁଥିବା ବେଳେ ଅନ୍ୟ ଗୋଟିଏ ଗୃହରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ବଳକା ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବଟିକା ଠାରୁ ପଞ୍ଚମ ଶ୍ରେଣୀ ପିଲାମାନେ ବସି ପାଠ ପଡୁଥିବା ଦେଖିବାକୁ ମିଳିଛି।

ବର୍ଷା ହେଲେ ଉକ୍ତ ବିଦ୍ୟାଳୟ ର ଛାତରୁ ପାଣି ଗୋଳୁଥିବା ସହ ଚଟାଣ ର ପଲସ୍ତରା ନିମ୍ନ ମାନର କରାଯାଇଥିବାରୁ ତାହା ବାହାରି ପଡୁଛି। ଚଟାଣ ରେ ଦରି ପକାଇ ପିଲାମାନଙ୍କୁ ବସା ଯାଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ରେ ଶୌଚାଳୟ ରହିଛି କିନ୍ତୁ ଆଜି ପର୍ଯ୍ୟନ୍ତ ରୋଷେଇ ଗୃହ ନିର୍ମାଣ କରାଯାଇନାହିଁ। ବାହାରେ ରୋଷେଇ କଲେ କୌଣସି ପୋକ ଜୋକ ପଡିବେ ବୋଲି ଏକ ଶ୍ରେଣୀ ଗୃହରେ ରୋଷେଇ ସାମଗ୍ରୀ ରଖି ରୋଷେଇ କରାଯାଉଥିବା କହିଛନ୍ତି। ଏ ବିଷୟରେ ଆଞ୍ଚଳିକ ସାଧାନ ସଂଯୋଜକ ଗୁଲସନ ବଚ୍ଛାଙ୍କୁ ଜଣାଇଥିବା କହିଛନ୍ତି।
ସରକାର ପିଲାଙ୍କ ଉଜ୍ୱଳ ଭବିଷ୍ୟତ ଗଢି ତୋଳିବା ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଉକ୍ତ ସ୍ଥାନରେ ପ୍ରତିଫଳିତ ହେଉନଥିବା ପାରିଲିକ୍ଷିତ ହେଉଛି।
ଏ ସମ୍ପର୍କରେ ଆଞ୍ଚଳିକ ସାଧାନ ସଂଯୋଜକ ଗୁଲସନ ବଚ୍ଛା ଙ୍କୁ ପଚାରିବାରୁ ସେ କହିଲେ ବ୍ଲକ ପକ୍ଷରୁ ପ୍ରାୟ ୭ମାସ ହେବ ନିମ୍ନ ମାନର କାମ କରିଥିବାରୁ ଏ ପରି ଅବସ୍ଥା ହୋଇଛି। ପୁଣି ସମସ୍ୟା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ।