ଭୁବନେଶ୍ୱର, ୦୯/୧୦: ଆଦିତ୍ୟ ବିର୍ଲା ଗ୍ରୁପ୍ର ଲିନେନ୍ ବ୍ରାଣ୍ଡ୍ ଲିନେନ୍ କ୍ଲବ ଭୁବନେଶ୍ୱର ଓ କଟକରେ ତାହାର ସମସ୍ତ ତିନିଟି ସ୍ୱତନ୍ତ୍ର ଷ୍ଟୋର (ଏକ୍ସକ୍ଲୁସିଭ୍ ଷ୍ଟୋର)ରେ ୨୦୨୬ ସେପ୍ଟେମ୍ବର ୧୭ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲିନେନ୍ ଉତ୍ସବ ୨୦୨୬ ପାଳନ କରୁଛି । ଏହି ବାର୍ଷିକ ପାର୍ବଣକାଳୀନ ଉତ୍ସବପାଳନ ଗ୍ରାହକମାନଙ୍କ ପାଇଁ ଏହି ଋତୁ ନିମନ୍ତେ ସେମାନଙ୍କର ୱାର୍ଡରୋବ୍ ପ୍ରସ୍ତୁତି ସକାଶେ ବ୍ରାଣ୍ଡ୍ର ଲିନେନ୍ କପଡା ବର୍ଗମାଳା ପ୍ରଦର୍ଶିତ କରୁଛି ।
କ୍ରେତାମାନେ ସାର୍ଟ, କୁର୍ତ୍ତା, ବନ୍ଦିସ୍ ଏବଂ ବିଶେଷ ଉତ୍ସବକାଳୀନ ପରିଧାନ ନିମନ୍ତେ କପଡାଗୁଡିକ ଦେଖିପାରିବେ । ଏହି ବର୍ଗମାଳା ପାର୍ବଣକାଳୀନ ସମାବେଶ ଏବଂ ତାହାସହିତ ଦୈନନ୍ଦିନ ପୋଷାକ ପରିଧାନ ନିମନ୍ତେ ବିକଳ୍ପ ପ୍ରଦାନ କରୁଛି, ଯେଉଁଥିରେ ଲିନେନ୍ର ହାଲୁକା ଅନୁଭବ ଏବଂ ବାୟୁ ଚଳାଚଳ କ୍ଷମତା ରଖୁଥିବା କପଡା ଏହି ଅଞ୍ଚଳର ଜଳବାୟୁ ପାଇଁ ଖାପ ଖୁଆଉଛି । ଷ୍ଟୋରଗୁଡିକରେ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଟେଲରିଂ ମଧ୍ୟ ଉପଲବ୍ଧ ହେଉଛି ।
ଲିନେନ୍ ଉତ୍ସବ କାଳରେ ୮୯୯୯ ଟଙ୍କା ମୂଲ୍ୟର କପଡା ଖରିଦ କରୁଥିବା ଗ୍ରାହକମାନେ ୧୯୯ ଟଙ୍କାରେ ଏକ ଡଫଲ୍ ବ୍ୟାଗ୍, ୧୫,୯୯୯ ଟଙ୍କାର କପଡା କିଣୁଥିବା ଗ୍ରାହକମାନେ ୨୯୯ ଟଙ୍କାରେ କ୍ୟାବିନ୍-ଆକାର ଟ୍ରଲି ପାଇପାରିବେ । ଯେଉଁମାନେ ୨୨,୯୯୯ ଟଙ୍କା ମୂଲ୍ୟର କପଡା ଖରିଦ କରୁଛନ୍ତି ସେମାନେ ମଧ୍ୟମ ଆକାର ଟ୍ରଲି ୩୯୯ ଟଙ୍କାରେ ପାଇପାରିବେ । ଏହି ଅଫର୍ ଭୁବନେଶ୍ୱର ଏବଂ କଟକରେ ଥିବା ସମସ୍ତ ଲିନେନ୍ କ୍ଲବ ଷ୍ଟୋର୍ରେ ୨୦୨୬ ସେପ୍ଟେମ୍ବର ୧୭ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି ।
“ବିଶେଷକରି ପାର୍ବଣ ଋତୁରେ ବିଚାରପୂର୍ଣ୍ଣ ପୋଷାକ ପରିଧାନ ନିମନ୍ତେ ଓଡ଼ିଶାର ଦୃଢ ପ୍ରଶଂସା ରହିଛି । ଲିନେନ୍ ଉତ୍ସବ ସହିତ ଆମେ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ତିନିଟି ଷ୍ଟୋର୍ରେ ଆରାମ, କାରିଗରୀ ଏବଂ ଉତ୍ସବ ପାଇଁ ପ୍ରସ୍ତୁତ ଷ୍ଟାଇଲକୁ ଏକତ୍ରିତ କରୁଥିବା ଲିନେନ୍ ବିଷୟରେ ଜାଣିବାକୁ ଆମେ ଗ୍ରାହକମାନଙ୍କୁ ସ୍ୱାଗତ କରୁଛୁ । ଚଳିତ ବର୍ଷ ସେମାନଙ୍କର ଉତ୍ସବ ପାଳନର ଅଂଶବିଶେଷ ହେବା ନିମନ୍ତେ ଆମେ ଅପେକ୍ଷା ରଖୁଛୁ,” ବୋଲି ଶ୍ରୀ ଜଶବିନ୍ଦର କଟାରିଆ, ସିଇଓ- ଡୋମେଷ୍ଟିକ ଟେକ୍ସଟାଇଲ୍ସ, ଆଦିତ୍ୟ ବିର୍ଲା ଗ୍ରୁପ୍ କହିଥିଲେ ।
ଗ୍ରାହକମାନେ ଭୁବନେଶ୍ୱରରେ ଗୁରୁଦ୍ୱାରା ସିଂ ସଭା ନିକଟସ୍ଥ ଜନପଥ ଷ୍ଟୋର, ପଟିଆ ଷ୍ଟୋର ଏବଂ କଟକରେ ଡିସିପି କାର୍ଯ୍ୟାଳୟ ବିପରୀତ ପାଶ୍ୱର୍ରେ ଥିବା ସମସ୍ତ ତିନିଟି ଲିନେନ୍ କ୍ଲବ ଷ୍ଟୋରରେ ପଦାର୍ପଣ କରିପାରିବେ ।