ଫୋକସ ପ୍ଲସ ସମ୍ପାଦକ ସୁଧାଂଶୁ ରାଉତ ଗିରଫ

ସୁଧାଂଶୁଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ୱର, ୧୨/୧୦: ହତ୍ୟା ଉଦ୍ୟମ ଓ ଧମକଚମକ ଦେବା ଅଭିଯୋଗରେ ଘରୋଇ ୱେବ୍‌ ଚ୍ୟାନେଲ୍‌ ଫୋକସ ପ୍ଲସର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଧାଂଶୁଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ଏହି ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଘଟଣାଟି କେଉଁ ପରିସ୍ଥିତିରେ ଘଟିଥିଲା, ଅଭିଯୋଗକାରୀ କିଏ ଏବଂ ଏହି ମାମଲାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ଅଧିକ ତଥ୍ୟ ମିଳିନାହିଁ।

ସୂଚନାଯୋଗ୍ୟ, ଗତ କିଛି ମାସ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନାଁରେ ମିଥ୍ୟା ଖବର ଅପପ୍ରଚାର କରିବା ଅଭିଯୋଗରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ସେ ସୁପ୍ରିମକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇଥିଲେ। ଅବଶ୍ୟ ଜେଲ ଯାଇନଥିଲେ। ବର୍ତ୍ତମାନ ପୁଣି ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି।