ଭୁବନେଶ୍ୱର, ୧୨/୧୦: ହାଇଟେକ୍ କ୍ରିକେଟ୍ ଷ୍ଟାଡିୟମରେ ୧୧ତମ ଦୃଷ୍ଟିବାଧିତ ପୁରୁଷ ରାଜ୍ୟ କ୍ରିକେଟ୍ ଚମ୍ପିୟାନସିପ୍ ଉଦ୍ଘାଟିତ୍ ହୋଇଯାଇଛି। ଆଜିଠାରୁ ୧୬ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୮ଟିମ୍ ଯୋଗଦେଇଛନ୍ତି। ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଆନୁଷ୍ଠାନିକ ଭାବରେ କ୍ରିକେଟ୍ର ଏହି ମହାକୁମ୍ଭକୁ ଉଦ୍ଘାଟନ କରି,ଦୃଷ୍ଟିବାଧିତ କ୍ରିକେଟ୍ ମହାସଂଘକୁ ହାଇଟେକ୍ ଗ୍ରୁପ୍ ତାର ପୃଷ୍ଠପୋଷକତା ଜାରିରଖିବା ସହ ଆସନ୍ତାଦିନରେ ଏହାକୁ ଦେଶର ଏକନମ୍ବର କ୍ରିକେଟ୍ ମହାସଂଘ ଭାବେ ଗଢିତୋଳିବାକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ ତାରକା ତଥା ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ୍ ସଂଘର ସଭାପତି ଜାଫର ଇକୱାଲ ଓ ମହାସଂଘର ଉପଦେଷ୍ଟା ମେଜର ଡକ୍ଟର କଳ୍ପନା ଦାଶ ଏହି ଚାମ୍ପିୟାନସିପ୍କୁ ପରିଚାଳନା କରୁଛନ୍ତି। ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ୍ର ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରମ ମହାପାତ୍ର, ଡାକ୍ତର ଚନ୍ଦନ ସାମନ୍ତରାୟ, ପ୍ରାଶାସନିକ ଅଧ୍ୟକ୍ଷା ମାଲକିନ୍ ବେହେରା,ଡାକ୍ତର ଅମ୍ରିତ ପାଟ୍ଟଯୋଶୀ, କ୍ରୀଡା ଓ ସଂସ୍କୃତି ନିର୍ଦ୍ଦେଶକ ଲଳିତେନ୍ଦୁ ମହାନ୍ତି, ସିଓଓ ଜ୍ୟୋର୍ତୀମୟ ପଣ୍ଡା, ପ୍ରାଶାସନିକ ଅଧିକାରୀ ଡକ୍ଟର ଗୋପେଶ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।